
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଲାଉଗୁଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜର ତିନି ପିଲାଙ୍କୁ କୂଅରେ ଫିଙ୍ଗିବା ସହ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାରେ ସାନ ଝିଅ ଓ ପୁଅର ମୃତ୍ୟୁ ଘଟିଥିବା ବେଳେ ବଡଝିଅ ଓ ମା ରଶ୍ମିତା ଗୌଡ଼ଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଆହତ ରଶ୍ମିତା ଓ ତାଙ୍କ ବଡ ଝିଅକୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରାଯାଇଛି । ଖବର ପାଇ ଶେରଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
Posted by: Desk, Indo Kaling Times