କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଜୁଲାଇ ୧ ଠାରୁ ବିଧିବଦ୍ଧ ଭାବେ ପୁରୀରୁ କାକଟପୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ଵାରା “ମୋ ବସ୍” ସେବା ଆରମ୍ଭ ହୋଇଛି। ଏହି ବସ୍ ଭାୟା ବାଲିଘାଇ ଛକ ଓ କୋଣାର୍କ ହୋଇ ଯାତାୟାତ କରିବ। କୋଣାର୍କ ଏକ ଆନ୍ତର୍ଜାତୀୟ ସ୍ଥରୀୟ ପର୍ଯ୍ୟଟନସ୍ଥଳୀ, ପୁରୀ ଆସୁଥିବା ଦେଶୀ ବିଦେଶୀ ପର୍ଯ୍ୟଟକ ମାନେ ପ୍ରାୟତଃ କୋଣାର୍କ ପରିଭ୍ରମଣରେ ଯାଇଥାନ୍ତି | ଏହାଛଡା ଉକ୍ତ ରୁଟରେ ରାମଚଣ୍ଡୀ ଓ ଚନ୍ଦ୍ରଭାଗାକୁ ମଧ୍ୟ ଅନେକ ଯାତ୍ରୀ ପର୍ଯ୍ୟଟକଙ୍କ ଯାତାୟାତ ରହିଥାଏ। ଆଗରୁ କିଛି ଘରୋଇ ବସ୍ ର ବ୍ୟବସ୍ଥା ଥିଲେ ମଧ୍ୟ ବହୁବାର ଯାତ୍ରୀ କଣ୍ଡକ୍ଟରଙ୍କ ଦ୍ଵାରା ଆର୍ଥିକ ଶୋଷଣର ଶିକାର ହେଉଥିଲେ। ଯାହାକି ମୋ ବସ୍ ସେବା ଆରମ୍ଭ ହେବା ପରେ ଯାତ୍ରୀ ମହଲରେ ଏକ ପ୍ରକାର ଆଶ୍ୱସ୍ତି ଆଣିଦେଇଛି। ଏହି ବସ୍ ପୁରୀରୁ ସକାଳ ୬ ଘଟିକା, ୧୦:୨୦ ଘଟିକା ଓ ସନ୍ଧ୍ୟା ୫:୩୦ ରେ ଛାଡ଼ିବ। ସେହିପରି କାକଟପୁର ରୁ ସକାଳ ୮ ଘଟିକା, ଅପରାହ୍ନ ୩:୩୦ ଘଟିକା ଓ ସନ୍ଧ୍ୟା ୭:୨୦ ମିନିଟରେ ଛାଡ଼ିବ। ଯାତ୍ରୀ ପର୍ଯ୍ୟଟକଙ୍କ ସମେତ ପୁରୀ ବାସୀଙ୍କ ପାଇଁ ଏହା ଏକ ଖୁସି ଖବର। ଯାତ୍ରୀ ମାନଙ୍କ ପକ୍ଷରୁ ଆଜି ପ୍ରାତଃ ୬ ଘଟିକା ସମୟରେ ପୁରୀ ବସଷ୍ଟାଣ୍ଡରେ ବସ୍ ଚଳାଚଳ ଶୁଭାରମ୍ଭ ସମୟରେ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟୀଭିଷ୍ଟସ୍ (ଆଟା) ର ସଦସ୍ୟ ସଦସ୍ୟା ମାନେ ଉକ୍ତ ବସର କର୍ମଚାରୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଏକ ଉତ୍ତମ ଯାତ୍ରୀ ସେବାର ଆଶା ରଖିଛନ୍ତି।
Related Stories
November 22, 2024