ପୁରୀ, ପୁରୀ ଜିଲ୍ଲାରେ ଘରୋଇ ଫାଇନାନ୍ସ କମ୍ପାନିର ଋଣ ସୁଝି ନ ପାରି ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କମ୍ପାନୀର ଋଣ ସୁଝି ନ ପାରି ସ୍ବାମୀ ସ୍ତ୍ରୀ ଘରେ ରସି ଲଗାଇ ଝୁଲି ପଡିଛନ୍ତି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଉପରସାହି ଗ୍ରାମରେ। ମୃତ ଦମ୍ପତି ହୋଇଛନ୍ତି ବାନାମ୍ବର ବେହେରା ଓ ଏବଂ ବନିତା ବେହେରା ।
ମିଳି ଥିବା ସୂଚନା ଅନୁଯାୟୀ ଗତ ରାତିରେ ଫାଇନାନ୍ସ କମ୍ପନୀ ର କର୍ମଚାରୀ ମାନେ କିସ୍ତି ଟଙ୍କା ପାଇଁ ଘରେ ପହଁଞ୍ଚି ଥିଲେ। ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସିରହିଥିଲେ। ବୃଦ୍ଧ ଦମ୍ପତି ଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେବି କର୍ମଚାରୀ ମାନେ ଘରୁ ବାହାରି ନଥିଲେ। ଶେଷରେ ଭୋରୁ ଭୋରୁ ଘର ଭିତରେ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବା ନେଅ ଅଭିଯୋଗ ହୋଇଛି ।
Posted by: Desk, Indo Kaling Times