-
ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦୌରାତ୍ମ୍ଯ,ଋଣଭାରରେ ଦମ୍ପତିଙ୍କ ଆତ୍ମହତ୍ଯା।
ଖୋର୍ଦ୍ଧା,ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡିରେ ଘରୋଇ ଫାଇନାନ୍ସ କମ୍ପାନୀର ଦାଦାଗିରି । କମ୍ପାନୀ କର୍ମଚାରୀଙ୍କ ଦୌରାତ୍ମ୍ଯ, ଋଣ ସୁଝିବା ପାଇଁ ମାନସିକ ଚାପରୁ ବୃଦ୍ଧ ଦମ୍ପତି ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଦମ୍ପତି ହେଲେ ବାନାମ୍ବର ବେହେରା ଏବଂ ବନିତା ବେହେରା ।ସୂଚନା ମୁତାବକ ଗତ ରାତିରେ ଫାଇନାନ୍ସ କମ୍ପନୀର କର୍ମଚାରୀ ମାନେ କିସ୍ତି ଟଙ୍କା ପାଇଁ ବାନାମ୍ବରଙ୍କ ଘରେ ପହଁଞ୍ଚିଥିଲେ ।ତେବେ କର୍ମଚାରୀ ମାନେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ବାନାମ୍ବରଙ୍କ ଘରେ ବସି ରହିଥିଲେ । ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀ ମାନେ ଘରୁ ବାହାରିନଥିଲେ । ଶେଷରେ ଭୋରୁ ଘର ଭିତରେ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ଟାଉନ ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ଲାଗି ପଠାଇ କଣାସ ପୋଲିସକୁ ଖବର ଦେଇଛନ୍ତି।
Posted by: Desk, Indo Kaling Times