
-
ପ୍ରତିରକ୍ଷା ମନ୍ତ୍ରଣାଳୟ ନୌପୋତ (ସବ୍ମେରାଇନ୍) ଆଇଏନ୍ଏସ୍ ଶାଙ୍କୁଶ ଲାଇଫ୍ ପ୍ରମାଣପତ୍ରକରଣ ସହିତ ମଧ୍ୟମ ପୁନଃ- ଯୋଗ୍ୟ ପାଇଁ ମଝଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ ସହିତ ୨୭୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷର କରିଛି
ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ୩୦ ଜୁନ୍, ୨୦୨୩ ରେ ମୁମ୍ବାଇରେ ମେସର୍ସ୍ ମଝଗାଓଁ ଡକ୍ ସିପ ବିଲ୍ଡର୍ସ ଲିମିଟେଡ୍ (ଏମ୍ଡିଏଲ୍) ସହିତ ସବ୍- ସର୍ଫେସ୍ କିଲର୍ (ଏସ୍ଏସ୍କେ) ଶ୍ରେଣୀର ‘ଆଇଏନ୍ଏସ୍ ଶାଙ୍କୁଶ’ର ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ଯୋଗ୍ୟ ଥିବା ସଚଳ ପ୍ରମାଣପତ୍ର (ଏମ୍ଆର୍ଏଲ୍ସି) ପାଇଁ ସମୁଦାୟ ମୂଲ୍ୟ ୨୭୨୫ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।
ଶାଙ୍କୁଶ ମୁମ୍ବାଇର ଏମ୍ଡିଏଲ୍ରେ ପୁନଃ ଯୋଗ୍ୟ ଘୋଷିତ ହେବାକୁ ଥିବା ନୌପୋତ (ସବମେରାଇନ୍)ର ଏକ ଏସଏସ୍କେ ଶ୍ରେଣୀର । ସବମେରାଇନ୍ ପୋଷ୍ଟ ଏମ୍ଆର୍ଏଲ୍ସି ପ୍ରଦାନ ୨୦୨୬ ରେ ହେବ । ଏମ୍ଆର୍ଏଲ୍ସି ସମାପ୍ତ ହେବା ପରେ ଆଇଏନ୍ଏସ୍ ଶାଙ୍କୁଶକୁ ଯୁଦ୍ଧରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଯିବ ଏବଂ ଏହା ଉନ୍ନତ ଯୁଦ୍ଧ କ୍ଷମତା ସହିତ ଭାରତୀୟ ନୌ ସେନାର ସକ୍ରିୟ ଜାହାଜରେ ଯୋଗ ଦେବ ।
ଭାରତର ଶିଳ୍ପ ପାରିବେଶିକ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ରକ୍ଷଣାବେକ୍ଷଣ, ମରାମତି ଏବଂ ସାମଗ୍ରିକ ମରାମତି (ଏମ୍ଆର୍ଓ) କେନ୍ଦ୍ର ଭାବରେ ଏମ୍ଡିଏଲ୍ର ବିକାଶ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପରେ ୩୦ ରୁ ଅଧିକ ଏମ୍ଏସ୍ଏମ୍ଇ ଗୁଡିକ ସାମିଲ ହେବ ଏବଂ ପ୍ରକଳ୍ପ ଅବଧି ପାଇଁ ପ୍ରତିଦିନ ୧୨୦୦ କାର୍ଯ୍ୟ ଦିବସର କର୍ମନିଯୁକ୍ତି ସୃଷ୍ଟି କରିବ ।
ଏହି ପ୍ରକଳ୍ପ ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଆତ୍ମନିର୍ଭର ଭାରତର ଗର୍ବିତ ଧ୍ୱଜା ବାହକ ହେବ ।
Posted by: Desk, Indo Kaling Times