ନୂଆଦିଲ୍ଲୀ, ଆଗାମୀ ଜୁଲାଇ ମାସରେ ଉଭୟ ଦେଶରେ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ର ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ର ।
ସେ ଜୁଲାଇ ମାସ ର ମୌସୁମୀ ବର୍ଷା ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦେଶରେ ଜୁଲାଇ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶା ରେ ମଧ୍ୟ ସ୍ଵାଭାବିକରୁ ଅଧିକ ବର୍ଷା ହେବ । ସେ କହିଛନ୍ତି ଯେ ୯୪ ରୁ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି ।
ସେ କହିଛନ୍ତି ଯେ ଜୁଲାଇ ମାସରେ ବଙ୍ଗୋପସାଗର ରେ ଦୁଇ ରୁ ଏକାଧିକ ଲଘୁଚାପ ହେବାର ସମ୍ଭାବନା ରହିଛି । ଜୁଲାଇ ୪ ତାରିଖରେ ପଶ୍ଚିମ ବଙ୍ଗୋପସାଗରର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।
ଏହା ଲଘୁଚପ ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ରେ ଭଲ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଜୁନ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ନିଅଣ୍ଟିଆ ବର୍ଷା ନେଇ ଆକଳନ କରିଥିଲା ।
Posted by: Desk, Indo Kaling Times