ଭୁବନେଶ୍ୱର, ରାଜ୍ୟରେ 175 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । 93 ରୋଗୀ ଖୋର୍ଦ୍ଧା ଜିଲ୍ଲା ରୁ ଚି଼ହ୍ନଟ ହୋଇଛନ୍ତି । ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି,ରାଜ୍ୟରେ ଜୁନ ୩୦ ତାରିଖ ସୁଦ୍ଧା ୧୦ ହଜାର ୭୦୦ ଟେଷ୍ଟ ହୋଇଛି। ଗତ ବର୍ଷ ତୁଳନାରେ ଦୁଇ ଗୁଣ ଟେଷ୍ଟିଂ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱର ରେ 4 ଟି ସାଇଟ ରେ ଟେଷ୍ଟିଙ୍ଗ କରାଯାଉଛି । ବେଡ଼, ଔଷଧ ସହ ପ୍ଲାଟିଲେଟ ସଂରକ୍ଷିତ ରଖିବା ପାଇଁ ସବୁ ମେଡିକାଲ କୁ ଚିଠି କରାଯାଇଛି । 98 ପ୍ରତିଶତ ଲୋକ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । ସତର୍କମୂଳକ ପଦକ୍ଷେପ ପାଇଁ ସବୁ ଜିଲ୍ଲାକୁ ଏସଓପି ଜାରି କରାଯାଇଛି । କୁଡୁଆ ଡଷ୍ଟ ବିନ, କୁଲର କୁ ନିୟମିତ ସଫା କରିବାକୁ ଓ ସଂଧ୍ୟାରେ ଘରେ ମଶା ନିବାରଣ ର ବ୍ୟବସ୍ଥା କରନ୍ତୁ ।
Posted by: Desk, Indo Kaling Times