
ଭୁବନେଶ୍ୱର, ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏନବିଡ଼ବ୍ଲୁ ଜାରି ସତ୍ତ୍ୱେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନକରିବାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଠାକୁର ରଂଜିତ ଦାଶ କହିଛନ୍ତି ଯେ 28 ତାରିଖରୁ କୋର୍ଟ ଅଭିଯୁକ୍ତ ଡ଼ିଏଫଓ, ବିଦ୍ୟାଭାରତୀ ଏବଂ ରୋଷେୟା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସତ୍ତ୍ୱେ କାହିଁକି ଆଜି ଯାଏଁ ପୋଲିସ ତାକୁ କାର୍ଯ୍ୟକାରୀ କରୁନି କାହିଁକି । ଗିରଫ ନହେବା ପଛରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ଏବେର ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ପୃଷ୍ଠ ପୋଷକତା ସାଜିଥିବା ସେ ଅଭିଯୋଗ କରିଛନ୍ତି । ଏବେ ବି ମନ୍ତ୍ରୀ ଡ଼ିଏଫଓଙ୍କ ପଛରେ ଢାଲ ହୋଇ ରହିଛନ୍ତି ବିକ୍ରମ ଆରୁଖ । ସେତେବେଳେ ଘଟଣାକୁ ଦୁର୍ଘଟଣା ରୂପ ଦେଇ ଡ଼ିଏଫଓ ଏବଂ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦେଇଥିଲା ପୋଲିସ । ଆଜି ଯେତେବେଳେ କୋର୍ଟରୁ ନ୍ୟାୟ ମିଳିଛି ହେଲେ ପୋଲିସ ତାଙ୍କୁ ନ୍ୟାୟ ମିଳିବାରେ ବାଧକ ସାଜିଛି । 24 ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।
Posted by: Desk, Indo Kaling Times