ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“@GoldmanSachsର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କ ସହ ସଫଳ ଆଲୋଚନା ହେଲା । ନିକଟରେ ହୋଇଥିବା ସଂସ୍କାର ଓ ବାଣିଜ୍ୟ ଅନୁକୂଳ ବାତାବରଣ ଦ୍ୱାରା ପ୍ରେରିତ ଭାରତର ବିକାଶର ଅପାର ସମ୍ଭାବନାଗୁଡିକୁ ରେଖାଙ୍କିତ କଲି । ଏହାସହିତ ଆନ୍ତର୍ଜାତିକ କମ୍ପାନୀଗୁଡିକ ପାଇଁ ଭାରତ କିପରି ବହୁ ସୁଯୋଗ ପ୍ରଦାନ କରେ ସେ ସମ୍ପର୍କରେ ଆଲୋଚନା କଲି ।”
Posted by: Desk, Indo Kaling Times