
କୋଲକାତା, ପଶ୍ଚିମ ବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ପ୍ରବର୍ତନ ନିର୍ଦେଶାଳୟ ବା ଇଡି ପକ୍ଷରୁ ନୋଟିସ ଜାରି କରାଯିବା ପରେ ତୃଣମୂଳ କଂଗ୍ରେସର ନେତ୍ରୀ ସାୟୋନୀ ଘୋଷ ଅଣ୍ଡରଗ୍ରାଉଂଡ ହୋଇଯାଇଛନ୍ତି । ସେ ତୃଣମୂଳ କଂଗ୍ରେସର ଯୁବ ଶାଖାର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଆଜି ସକାଳେ ତାଙ୍କୁ ସଲ୍ଟ ଲେକ ସ୍ଥିତ ସିଜି କଂପ୍ଲେକ୍ସର କାର୍ଯ୍ୟାଳୟରେ ପଚରା ଉଚୁରା କରିବାକୁ ହାଜର ହେବାକୁ କୁହାଯାଇଥିଲା ।