
ଭୁବନେଶ୍ୱର – ମୟୁରଭଞ୍ଜ ମହାରାଜ ତଥା ଉକôଳ ସମ୍ମିଳନୀର ପ୍ରଥମ ସଭାପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୪୮ ତମ ଜୟନ୍ତୀ ଉକôଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ପାୱାରହାଉସ ଛକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ମହାରାଜଙ୍କ ସ୍ମୃତି ଉଦେ୍ଧଶ୍ୟରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସଂପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସଭା ଅନୁÂିତ ହୋଇଥିଲା । ଏଥିରେ ବକ୍ତାମାନେ ରାଜତନ୍ତ୍ର ବ୍ୟବସ୍ଥା ଭିତରେ ଥାଇ ମଧ୍ୟ ଜାତୀୟତା ଭାବରେ ଉଦ୍ବୁଦ୍ଧ ହୋଇ ସେ ମୟୁରଭଞ୍ଜ ସମେତ ସମଗ୍ର ଓଡ଼ିଆ ଜାତି ଓ ଏହାର ଭାଷା ପାଇଁ କିପରି ଆନ୍ତରିକ ଭାବ ପ୍ରଦର୍ଶନ କରିଥିଲେ ତାର ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କର ଏହି ଜାତୀୟତା ପ୍ରେମ ଭାବ ପାଇଁ ସେ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ କଟକଠାରେ ଅନୁÂିତ ଉକôଳ ସମ୍ମିଳନୀର ପ୍ରଥମ ଅଧିବେଶନ ସଭାପତି ଆସନ ଅଳଙ୍କୃତ କରି ସମଗ୍ର ଓଡ଼ିଆ ଜାତିକୁ ଗୌରବାନ୍ୱିତ କରିଯାଇଛନ୍ତି । ସେ ଜଣେ ଅତ୍ୟନ୍ତ ପ୍ରଜାବସôଳ ଓ ସରଳ ପ୍ରକୃତିର ରାଜା ଥିବାରୁ ନିଜ ପ୍ରଜାଙ୍କ ପାଇଁ ଉତମ ଶିକ୍ଷା, ସ୍ୱାସ୍ଥ୍ୟ, ବୃହତ୍ ଜଳଭଣ୍ଡାର ସ୍ଥାପନ, ଗମନାଗମନ ପାଇଁ ରୂପ୍ସା-ବାରିପଦା ରେଳ ବ୍ୟବସ୍ଥା ଇତ୍ୟାଦି କରିବା ସମେତ ରାଜ୍ୟ ବାହାର ଓଡ଼ିଆମାନଙ୍କ ଉନ୍ନତି ଉଦେ୍ଧଶ୍ୟରେ ବିଭିନ୍ନ ଅନୁÂାନକୁ ଅର୍ଥରାଶି ଦାନ କରିଥିଲେ । ଏହି ଦାନସ୍ୱରୂପ କଟକ ବଡ ଡାକ୍ତରଖାନା ଗଢି ଉଠିଥିଲା । ଉପରୋକ୍ତ ପ୍ରେକ୍ଷାପଟ୍ଟରେ ମହାରାଜ ଓଡ଼ିଆ ଜାତିର ଚିରନମସ୍ୟ ଏବଂ ପ୍ରାତଃସ୍ମରଣୀୟ ହୋଇ ରହିବେ ବୋଲି ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।