
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ର ଅନ୍ୟତମ ମୁଖ୍ୟ ଆକର୍ଷଣ ସୁନାବେଶ ପର୍ବ ଉପଲକ୍ଷେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ଦର୍ଶନାର୍ଥୀ ଭକ୍ତ ମାନଙ୍କୁ ବିଭିନ୍ନ ସେଵା ଯୋଗାଇ ଦିଆଯାଇଥିଲା l ପାଖାପାଖି ଦଶହଜାର ଭକ୍ତ ଙ୍କୁ ନିଶୁକ୍ଳ ଅନ୍ନ ପ୍ରସାଦ ବଣ୍ଟନ, ପାନୀୟ ଜଳବଣ୍ଟନ, ସ୍ପ୍ରେ ମାଧ୍ୟମରେ ଜଳସିଞ୍ଚନ, ଭିଡ ନିୟନ୍ତ୍ରଣ,ପବିତ୍ର ବଡଦାଣ୍ଡ ସଫେଇ ଓ଼ ଆମ୍ବୁଲାନ୍ସ ସେଵା ଇତ୍ୟାଦି ଯୋଗାଇ ଦିଆଯାଇଥିଲା l ଏହି ସେବାକାର୍ଯ୍ୟ ଅନୁଷ୍ଠାନ ର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର, ରାଜ୍ୟ ମହାସଚିବ ଚିତ୍ତରଞ୍ଜନ ବିଶ୍ୱାଳ, ବରିଷ୍ଠ ମାର୍ଗଦର୍ଶକ ମନୋଜ ରଥ ଏବଂ ସୁଦର୍ଶନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠାନ ର ଭାଇ ଭଉଣୀ ମାନଙ୍କ ଦ୍ୱାରା ଶୃଙ୍ଖଳିତ ଭାବେ ସମାପନ କରାଯାଇଥିଲା l
Posted by: Desk, Indo Kaling Times