– ବିଲ୍ ମଂଜୁର ଓ ଅନୁଦାନ ପ୍ରଦାନରେ ହିତାଧିକାରୀଙ୍କୁ ହଇରାଣ ନକରିବାକୁ ୫-ଟି ସଚିବଙ୍କ ପରାମର୍ଶ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ମହିଳା , ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହ ସିଧାସଳଖ କଥା ହେବେ ସରକାର । ମଙ୍ଗଳବାର ଲୋକସେବା ଭବନ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା , ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଅଧୀନରେ ମା ଓ ଶିଶୁ ମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମରେ ସୁଫଳ ହିକାଧିକାରୀଙ୍କ ପାଖରେ ଠିକ୍ ଭାବେ ପହଂଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁ ମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ସମ୍ପୃକ୍ତ ବିଭାଗର କର୍ମଚାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କର ନିÂାପର ଉଦ୍ୟମ ଦ୍ୱାରା ମମତା କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି । ଓଡିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ ହେବା ସହିତ ମା ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି । ଏହିସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶୟ ନଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ ସଫଳତା । ଲୋକଙ୍କୁ ଉତମ ସେବା ଯୋଗାଇ ଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଲୋକଙ୍କ ମତାମତ ଭିତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବାପାଇଁ ଚେଷ୍ଟା କରାଯାଉଛି । ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁÂାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୋ ସରକାର କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ କହିଥିବା ବେଳେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହି କାର୍ଯ୍ୟକ୍ରମ ସାରା ଦେଶରେ ଏକ ଅଭିନବ ପ୍ରୟାସ କହିବା ସହ ଏହାର କାର୍ଯକାରୀତା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ୫-ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଏହାର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ ଅଙ୍ଗନବାଡିକୁ ଯୋଗାଇ ଦିଆଯାଉଥିବା ଛତୁଆ କାର୍ଯ୍ୟୟକ୍ରମରେ କେବଳ ମହିଳା ସ୍ୱଂୟ ସହାୟକ ଗୋÂୀ ମାନଙ୍କୁ ସାମିଲ କରିବାପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ ରହିଛି । ଏହାକୁ କଡାକଡି ଭାବେ ପାଳନ କରିବାପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁÂାନ ମାନଙ୍କରେ ଇନ୍ସପେକ୍ସନ୍ ରିପୋର୍ଟ ଓ ଗ୍ରାଂଟ ଇନ୍ ଏଡ୍ ପ୍ରଦାନ ତଥା ମହିଳା ସ୍ୱଂୟ ସହାୟକ ଗୋÂୀ ଏବଂ ଅନ୍ୟ ସେବା ପ୍ରଦାନକାରୀମାନଙ୍କ ବିଲ୍ ମଂଜୁର ଏବଂ ମିଶନ ଶକ୍ତିର ରିଭଲଭିଂ ଫଣ୍ଡ , ଭିତିଭୂମି ଫଣ୍ଡ ଆଦି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନକରିବାପାଇଁ ପାଣ୍ଡିଆନ୍ ସତର୍କ କରାଇଥିଲେ । ଏହିସବୁ କାର୍ଯ୍ୟକ୍ରମ ବର୍ତମାନ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ତଦାରଖ କରାଯିବ ବୋଲି ସେ ସୂଚନା ଦେଇଥିଲେ ।