ଭୁବନେଶ୍ୱର, ଦକ୍ଷିଣ ଓଡିଶାର ବିଶିଷ୍ଟ ସାମ୍ବାଦିକ ଓଡିଆ ଦୈନିକ ସକାଳର ବ୍ରହ୍ମପୁର ଅଫିସ ମୁଖ୍ୟ ସାମ୍ବାଦିକ ଜଗନ ମୋହନ ମହାପାତ୍ର ( ଜିତୁ) ଙ୍କ ଆକସ୍ମିକ ଦୃଦ୍ଘାତଜନିତ ମୃତ୍ୟୁ ସମ୍ବାଦ ଏକ ଦାରୁଣ ଦୁଃସମ୍ବାଦ । ତାଙ୍କ ବିୟୋଗରେ ସିପିଆଇଏମ୍ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ସେ କେବଳ ଦୈନିକ କାଗଜର ସାମ୍ବାଦିକ ନଥିଲେ ନାଟକ, କଳା, ଆକାଶବାଣୀ କାର୍ଯ୍ୟକ୍ରମ ସହିତ ନିବିଡ ଭାବେ ଜଡିତ ଥିଲେ । ବ୍ରହ୍ମପୁରରେ ‘ଗଣ ସଂସ୍କୃତି ପ୍ରଚାର ମଂଚ’ ଆନୁକୂଲ୍ୟରେ ପ୍ରସ୍ତୁତ ‘ସହସ୍ରନାଦ’ ଗିତୀନାଟ୍ୟ ସୁଟିଂ ରେ ତାଙ୍କର ଅବଦାନ ଭୂଲିବାର ନୁହେଁ । ପ୍ରଶିକ୍ଷିତ ପେଷାଦାର ସାମ୍ବାଦିକ ଭାବେ ଓଡିଶାର ‘ସମ୍ବାଦ’, ‘ଦୈନିକ ଆଶା’, ‘ନିତିଦିନ’ ଆଦି ଖବର କାଗଜ ମାନଙ୍କରେ କାର୍ଯ୍ୟ କଲାବେଳେ ମଧ୍ୟ ବେଶ ପରିଚିତ ଥିଲେ । ତାଙ୍କ ଶୋକ ସନ୍ତପ୍ତ ପରିବାର, ସ୍ତ୍ରୀ, ଏକମାତ୍ର କନ୍ୟାଙ୍କୁ ଆଶ୍ୱାସନା ଦେବା ପାଇଁ ଭାଷା ନାହିଁ । ଜଗନମୋହନ ମହାପାତ୍ର (ଜିତୁ)ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ପଟ୍ଟନାୟକ ।
Posted by: Desk, Indo Kaling Times