ବାଲେଶ୍ୱର- ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଆଇଟିଆରର ୩ ନମ୍ବର ଲଂଚ୍ ପ୍ୟାଡ଼୍ ରୁ ଆଜି ସକାଳେ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ ର ସଫଳ ପରୀକ୍ଷଣ ହୋଇଛି । ସକାଳ ୮ଟା ୪୫ ମିନିଟ୍ ରେ ଏହି ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ର ପରୀକ୍ଷଣ ହୋଇଥିଲା । ଏଥିରେ ଲାଇଫ୍ ଏକ୍ସଟେନସନ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ୮.୪ ମିଟର ଲମ୍ବ, ୦.୬ ମିଟର ଓସାର ବିଶିଷ୍ଟ ଏହି ଏହି କ୍ଷେପଣାସ୍ତ୍ରର ୨.୫ ଟନ୍ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୪୦୦ କି.ମି.କୁ ବୃଦ୍ଧି ପାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ଓ ଋଷ୍ ର ମିଳିତ ସହଯୋଗରେ ନିର୍ମିତ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ ।