-
ଗୁରୁବାର ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁନାବେଶ ରଥ ଉପରେ ଅନୁଷ୍ଠିତ ହେବ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି |ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ବିଜେ କରି ତିନି ରଥରେ ଜନ୍ମବେଦୀରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି |ନୀତି ନିର୍ଘଣ୍ଟ ଅନୁସାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଶେଷ ହୋଇଥିଲା । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ତାପରେ ମାତା ସୁଭଦ୍ରା ଓ ଶେଷରେ ମହାବାହୁଙ୍କ ପହଣ୍ଡିରେ ରଥ ଉପରକୁ ବିରାଜ ମାନ କରିଥିଲେ । ଦିବ୍ୟ ଟାହିଆ ସୁଶୋଭିତ ହୋଇ ପହଣ୍ଡିରେ ତିନି ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ଗୁଣ୍ଡିଚାଘରୁ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଥିଲା ।
ପ୍ରଥମେ ବଳଭଦ୍ର ପରେ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଭଦ୍ରଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡ଼ି ପହଣ୍ଡିରେ ବାହାରିଥିଲେ।ଶେଷରେ ଗହଳି ଲଗାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡିରେ ଝୁଲିଝୁଲି ରଥାରୂଢ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ଅପୂର୍ବ ଉତ୍କଣ୍ଠା ସୃଷ୍ଟି ହୋଇଥିଲା ।
ଶରଧାବାଲିରେ ଶ୍ରୀବିଗ୍ରହଙ୍କୁ ବାହୁଡ଼େଇ ଆଣିବା ପାଇଁ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଥିଲା ।
ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର୍ ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ି ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହୋଇଥିଲା। ତାପରେ ପହଣ୍ଡି ଆରମ୍ଭ ହୋଇଥିଲା।ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ୧୨.୪୦ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶକ୍ରମେ ରଥଟଣା ଆରମ୍ଭ ହୋଇଥିଲା ।ମାଉସୀ ମା ମନ୍ଦିର ସମ୍ମୁଖରେ ମହାପ୍ରଭୁ ପୋଡ଼ ପିଠା ଖାଇଥିଲେ |ଅପରାହ୍ନ ୪.୪୦ ମିନିଟ ସମୟରେ ତାଳଧ୍ୱଜ ରଥ ଟଣା ଶେଷ ହୋଇଥିବା ବେଳେ ଦର୍ପଦଳନ ରଥ ଟଣା ଶେଷ-୪.୪୫ ସମୟରେ ହୋଇଥିଲା |ପରମ୍ପରା ଅନୁସାରେ ଶ୍ରୀନଅର ସମ୍ମୁଖରେ ଲଷ୍ମୀ ନାରାୟଣ ଭେଟ ନୀତି ସନ୍ଧ୍ୟା ୦୫.୫୫ ଅନୁଷ୍ଠିତ ହୋଇଥିଲା |କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥଟଣା ସନ୍ଧ୍ୟା ୦୬.୪୫ ଶେଷ ହୋଇଥିଲା |ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ରଥ ଉପରେ ଅନୁଷ୍ଠିତ ହେବ ଏବଂ ଆସନ୍ତା କାଲି ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁନାବେଶ ରଥ ଉପରେ ଅନୁଷ୍ଠିତ ହେବ |
Posted by: Desk, Indo Kaling Times