-
ଅଧାରେ ଅଟକିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା, ରାସ୍ତାରେ ବସିଲେ ସ୍ଥାନୀୟ ଅଧିବାସୀ
କୋରେଇ,ଗ୍ରାମ୍ୟ ଉନ୍ନୟନ ବିଭାଗର ରଗଡି ପାଣିକୋଇଲି ଆର ଏଣ୍ଡ ବି ରାସ୍ତା ଠାରୁ ଅମୃତିଆ ରାସ୍ତା କାମ ସରିବା ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ଅବଧି ସରିଛି କିନ୍ତୁ କାମ ସରିନି । ବାରମ୍ବାର ତାଗିଦ ସତ୍ୱେ ଠିକାଦାରଙ୍କ ଖାମଖିଆଲି ନିତୀ ଯୋଗୁ କାମ ବନ୍ଦ ହୋଇ ପଡିଛି । ଠିକାଦାର କାମ ନକରି ସମ୍ପୂର୍ଣ୍ଣ କାମ ବନ୍ଦ ରଖିଛି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କଲା ପରେ ମଧ୍ୟ ଆଜି କାଲି କହି କାମ ବନ୍ଦ ରହିଛି । ବର୍ଷା ଦିନ ଆସିବାକୁ ବସିଲାଣି । ରାସ୍ତାରୁ ପିଚୁ ତାଡି ମେଂଟାଲିଙ୍ଗ କରି ଛାଡି ଥିବାରୁ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଫଳରେ ଆଜି ବର୍ତମଣା ଗ୍ରାମବାସୀ ମାନେ ରାସ୍ତା ସମ୍ପୂର୍ଣ୍ଣୀ କରଣ ପାଇଁ ରାସ୍ତା ରୋକ କରିଥିଲେ । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚି ରାସ୍ତା ଅବରୋଧ କାରୀଙ୍କୁ ବୁଝାସୁଝା କରିବା ସହ ୨୪ ଘଂଟା ମଧ୍ୟରେ ଏହାର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ପରେ ରାସ୍ତାରୋକ ହଟିଛି । ପ୍ରକାଶଯେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରଗଡି ପାଣିକୋଇଲି ଆର ଏଣ୍ଡ ବି ରାସ୍ତା ଠାରୁ ଅମୃତିଆ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିଲା । ଏହାର ପ୍ରଶସ୍ଥି କରଣ କାମ ଆରମ୍ଭ ହୋଇଥିଲା । ରାସ୍ତାର ଦୈର୍ଘ୍ୟ ୬.୭୩୦କିମି, ନିର୍ମାଣ ଅଟକଳ ୪୪୮.୯୩ ଲକ୍ଷ କରାଯାଇଛି । ପାଂଚ ବର୍ଷିୟା ରକ୍ଷଣା ବେକ୍ଷଣ ପାଇ ୪୦.୩୨ ଲକ୍ଷ ଅଟକଳ କରାଯାଇଥିଲା । ନିର୍ମାଣ ଅବଧି ୨୦୨୨ ଅଗଷ୍ଟ ୨୬ରୁ ଆରମ୍ଭ କରାଯାଇ ୨୦୨୩ ଜୁନ ୨୫ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସ୍ଥିର ହୋଇଥିଲା । ଯାହା ସୂଚନା ଫଳରେରେ ସୂଚିତ କରାଯାଇଛି । ପିଚୁ ଥିବା ସ୍ଥାନ ଗୁଡିକୁ ଖୋଳାଯାଇ ପ୍ରଶସ୍ତିକରଣ କରାଯାଇ ମେଂଟାଲ ଦିଆଯାଇଛି । କିନ୍ତୁ ପିଚୁ କରାଯାଉ ନାହିଁ । ଫଳରେ ମେଂଟାଲ ଉଠି ଯାତାୟତ ବାଧାପ୍ରାପ୍ତ ହେଉଛି । ଆଗକୁ ବର୍ଷା ଦିନ ଆସୁଛି । ଏଭଳି ସ୍ଥିତିରେ ଠିକାଦାରରଙ୍କ କାମ ଛାଡି ଯିବା ଓ ବିଭାଗୀୟ ଉଦାସିନତାର ଶିକାର ହେବେ ଜନ ସାଧାରଣ । ଆଜି ଏହାର ପ୍ରତିବାଦରେ ବର୍ତମଣା ଗ୍ରାମବାସୀ ରାସ୍ତାରୋକ କରିଥିଲେ । ପାଣିକୋଇଲି ପୁଲିସ ପହଂଚି ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଛି । ତ୍ୱରୀତ କାର୍ଯ୍ୟ କରାନଗଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ରାସ୍ତାରୋକରେ ଘୁରୁଡ ମଳିକ, ନଣ୍ଡା ମଳିକ, ମନୋଜ ଦାସ, ବିଜୟ ସାହୁ. ଗଣେଷ ମଳିକ, ଦିପକ ଖଣ୍ଡାଇ, କୁନିଆ ପଣ୍ଡାଙ୍କ ସମେତ ଶତାଧିକ ଗ୍ରାମବାସୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।