କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଉତ୍କଳ ର ପ୍ରତାପୀ ଗଜପତି ମାନଙ୍କ ର ଶ୍ରୀକ୍ଷେତ୍ର ବାଲିସାହିସ୍ଥ ପୁରୁଣା ନଅର ର ଇଷ୍ଟଦେବୀ ମା’ ଶ୍ୟାମାକାଳୀ ଙ୍କ ମନ୍ଦିର ରେ ଗତ ହେରାପଞ୍ଚମୀ ଠାରୁ ଆରମ୍ଭ ହୋଇଥିବା ୪୮ତମ ତ୍ରିଦିବସୀୟ ବିଶ୍ବଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି ସହ ସୋମବାର ସଂଧ୍ୟା ରେ ଉଦଯାପିତ ହୋଇଯାଇଛି। ବିଶ୍ବ ର କଲ୍ୟାଣ ଲକ୍ଷ୍ୟ ରେ ଯଜମାନ ଓ ଭକ୍ତ ମାନଙ୍କ ସହଯୋଗ ରେ ଗତ ୪୮ ବର୍ଷ ଧରି ନିୟମିତ ଆୟୋଜିତ ହୋଇଆସିଥିବା ଏହି ଧର୍ମାନୁଷ୍ଠାନ ରେ ପଣ୍ଡିତ ଡ଼ଃ ରବିଚରଣ ରଥ ଆଚାର୍ଯ୍ୟ, ମନ୍ଦିର ର ପୂଜକ ପଣ୍ଡିତ ଭବାନୀ ଶଙ୍କର ମିଶ୍ର ଉପାଚାର୍ଯ୍ୟ, ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଚାରକ, ପଣ୍ଡିତ ସନ୍ତୋଷ ମିଶ୍ର ଉପପ୍ରଚାରକ, ପଣ୍ଡିତ ମନୋରଞ୍ଜନ ରଥ ଚରୁଆଚାର୍ଯ୍ୟ, ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ସମୀଧାଚାର୍ଯ୍ୟ, ପଣ୍ଡିତ ଜଗଜ୍ଜ୍ୟୋତି ରଥ ଚଣ୍ଡୀ ପାଠକ ଏବଂ ପଣ୍ଡିତ ବାସୁଦେବ ମହାପାତ୍ର ବ୍ରହ୍ମା ଭାବେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ବିଶିଷ୍ଟ ପଣ୍ଡିତ ଡ଼ଃ ଦିବାକର ମହାପାତ୍ର ଓ ଦୃଷ୍ଟି ର ମୁଖ୍ୟ ସଂପାଦକ ନାରାୟଣ ଦାଶ ଙ୍କ ସମେତ ଅନେକ ଧର୍ମପ୍ରାଣ ଜନତା ପୂର୍ଣ୍ଣାହୂତି ସମୟରେ ଉପସ୍ଥିତ ଥିଲେ। ପାଚକ ଅବନୀ ଶଙ୍କର ମିଶ୍ର ଓ ଉପପାଚକ ନୀଳାଚଳ ପଣ୍ଡା, ପଣ୍ଡିତ ଶିବାନୀ ଶଙ୍କର ମିଶ୍ର, ପଣ୍ଡିତ ଚଣ୍ଡୀଶଙ୍କର ମିଶ୍ର, ଶଙ୍କର ସାହୁ ଏବଂ ପଣ୍ଡିତ ଶିବପ୍ରସାଦ ଦାଶ ପ୍ରମୁଖ ଧର୍ମାନୁଷ୍ଠାନ ର ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ।
Related Stories
October 23, 2024
October 23, 2024