
ବଲାଙ୍ଗିର,ପାଟଣାଗଡ-ଖପ୍ରାଖୋଲ ରାସ୍ତା ମଝିରେ ଠକପଡ଼ା ଛକ ନିକଟରେ ପାଟଣାଗଡ ଭାଟିଶାଳ ପଡ଼ାର ଯୁବକ ଅମିତ ବାରିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାର ଖବର ପାଇଲା ପରେ ଗତକାଲି ବଲାଙ୍ଗିର ସ୍ବେଛାସେବୀ ସଂଗଠନ ବାଙ୍କିବାହାଲ ଶାଖାର ସଦସ୍ୟ ସୁଦୀପ୍ତ ରଞ୍ଜନ ସୁଆର, ଚିତ୍ତରଞ୍ଜନ ସାହୁ, ଆଶୁତୋଷ ଯୋଶୀ, ଉପେନ୍ଦ୍ର ନାଗ, ଚାଣକ୍ୟ ସାହୁ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।