ନୂଆପଡ଼ା- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୧ ଠାରେ ବିଧାୟକ ଓ ଅଲିଭା ମହାସଂଘର ଏକ ବୈଠକ ସୋମବାର ଅନୁÂିତ ହୋଇଯାଇଛି । ଏହି ବୈଠକରେ ଖଡିଆଳ ଓ ବୋଡେନ ବ୍ଲକର ଶତାଧିକ ମହିଳାଙ୍କ ସମେତ ଖଡିଆଳ ବିଧାୟକଙ୍କ ପ୍ରତିନିଧି ଶ୍ୟାମ ସୁନ୍ଦର କୁଳଦୀପ, ଆୟୁସ୍କାମର ନିଦେ୍ର୍ଧଶକ ଡା. ଅଜିତ କୁମାର ପଣ୍ଡା, ଅଲିଭା ମହାଂସଘର ସଭାନେତ୍ରୀ ଡିଗ୍ରୀ ସା, ଜ୍ୟୋତିପ୍ରଭା ସତନାମୀଙ୍କ ସମେତ ସରପଂଚ ବିନୋଦିନୀ ମାଝୀ, କମଳିନୀ ମେହେର, ରୁନିତା ବିଶି, ମିନତୀ କାଣ୍ଡ, ଜାନକୀ ମାଝୀ, ସୁକାନ୍ତି ନାଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଂଚଳର ସମସ୍ୟା ଯଥା ବ୍ଲକସ୍ତରରେ ମହିଳା ପ୍ରତିନିଧିମାନଙ୍କ ଆଶ୍ରୟସ୍ଥଳୀ, ପଂଚାୟତସ୍ତରୀୟ ୨ ସନ୍ତାନ ନିତିକୁ ଉଚ୍ଛେଦ, ଖଡିଆଳ ଓ ବୋଡେନ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି, ଆଦିବାସୀ କନ୍ୟାଶ୍ରମରେ ପାଚେରୀ କରଣ ସହ ବିଜୁଳି ଓ ପାଣି ବ୍ୟବସ୍ଥା, କିରକିଟା ଓ ଲାଞ୍ଜି ପଞ୍ଚାୟତରେ ୯ ଓ ୧୦ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ଥାପନ ଓ ଦୁର୍ଗମ ନାଗପଡା, ଭଇଷାଦାନୀ ପଞ୍ଚାୟତରେ ସ୍ୱତନ୍ତ୍ର ରୋଗୀଯାନର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ବିଧାୟକଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆୟୁସ୍କାମର ଜିଲା ସଂଯୋଜକ ଚୈତନ୍ୟ ସା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଲିଭା ସଂଘ ପକ୍ଷରୁ ମିନତୀ କାଣ୍ଡ ପରିଚାଳନା କରିଥିଲେ । କାର୍ଯର୍କ୍ରମକୁ ହଙ୍ଗର ପ୍ରକଳ୍ପ ସହାୟତା କରିଥିବା ବେଳେ ଅନୁÂାନର ସତ୍ୟ ମେହେର, ତରୁଣ ସା, ପ୍ରଫୁଲ୍ଲ ବାରିକ, ଜାଇ ପୋଡ ସହଯୋଗ କରିଥିଲେ ।
Related Stories
December 24, 2024