ଜାତୀୟ ପଲ୍ଲୀଶ୍ରୀ ମେଳା ପଡିଆ, ଭୋଳାନାଥ ବିଦ୍ୟାପୀଠ, ପୁରୀଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ପୁରୀଙ୍କ ମିଳିତ ଆନୁକୁଲ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ,ବୈଷୟିକ ବିଦ୍ୟାଳୟର ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ୧୦ ରୁ ୧୮ ବର୍ଷ ବୟସର ଆଗ୍ରହୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l ରଥଯାତ୍ରା ଅବସରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶିଶୁ, ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ଶିଶୁମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ l ଶିଶୁ ଅଧିକାର ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ସୁଯୋଗ ସୃଷ୍ଟି କରାଯାଇଥିଲା l ବକ୍ତୃତା ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ସାଦ୍ୟାନ୍ତ ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କାଳିକା ନାରାୟଣୀ ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ମଲ୍ଲିକ, ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ସାହୁ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶ୍ରଦ୍ଧା ସ୍ଵରୂପ ନନ୍ଦ ଓ ଛାତ୍ରୀ ଅନିସା ପଟ୍ଟନାୟକ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ଶିଳ୍ପ ତାଲିମ୍ କେନ୍ଦ୍ର ପୁରୀର ପ୍ରଥମ ବର୍ଷ ଛାତ୍ର ଆଶୁତୋଷ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହାଛଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ଲିପ୍ସା ପ୍ରିୟଦର୍ଶିନୀ ସ୍ଵାଇଁ, ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ସ୍ଵପ୍ନାରାଣୀ ସେଠୀ ଓ କାଳିକା ନାରାୟଣୀ ବିଦ୍ୟାପୀଠର ଜ୍ୟୋତ୍ସ୍ନା ଦାସଙ୍କୁ ବକ୍ତୃତାରେ ଓ ବିଶ୍ଵମ୍ବର ବିଦ୍ୟାପୀଠର ଅଭୟ ପଣ୍ଡା ଓ ସୂର୍ଯ୍ୟନାରାୟଣ ମିଶ୍ର, କାଳିକା ନାରାୟଣୀ ବିଦ୍ୟାପୀଠର କାମିନୀ ମଲ୍ଲିକଙ୍କୁ ଚିତ୍ରାଙ୍କନରେ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ ସମିତି ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ l ବିଚାରକ ଭବରେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା, ଶିକ୍ଷାବିତ୍ ଶିବସୁନ୍ଦର ମିଶ୍ର ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ ପରିଚାଳନା କରିଥିଲେ ଓ ହରେକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରୋଜାଲିନ ପାତ୍ର, କମଳା ମହାରଣା, ସୁସ୍ମିତା ନନ୍ଦ, ବିଜୟ ପରିଡା ପ୍ରମୁଖ ସହଯୋଗ କରିଥିଲେ l
Related Stories
November 23, 2024