
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି ଭାରତୀୟ ଜନତା ପାର୍ଟି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ।
ସେ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ । ପିଏମ୍ ଆବାସ ବଣ୍ଟନ ପାଇଁ ବିଜେଡି ଟଙ୍କା ଆଦାୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ଲୋକଙ୍କ ଠାରୁ ୨୦ରୁ ୨୫ ହଜାର ଟଙ୍କା ଚାନ୍ଦା ଆଦାୟ କରୁଛି । ରାଜନୀତି କାରଣରୁ ବଞ୍ଚିତ ଲୋକଙ୍କୁ ତୁରନ୍ତ ପକ୍କା ଘର ଦିଅନ୍ତୁ ବୋଲି କହିବା ସହ ସେ ଭିତରେ ନ ଦେଲେ ସବୁ ବ୍ଲକରେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି।