-
ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ସୌଭାଗ୍ୟ ବୋଲି କହିଲେ
-
ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପଦଯାତ୍ରାରେ ସାମିଲ ହେଲେ
-
କେନ୍ଦ୍ରମନ୍ତ୍ରୀଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ସ୍ୱାଗତ ଜଣାଇଲେ ସ୍ଥାନୀୟ ନାଗରିକ
-
ସ୍ଥାନୀୟ ଗୁରୁଜନ ଓ ମା’ ମାନେ ଦେଇଥିବା ମମତା ଓ ସ୍ନେହର ଆଶୀର୍ବାଦ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ସୌଭାଗ୍ୟ । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ଏହି ଅବସରରେ ପ୍ରତିକୂଳ ପାଗ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ଆତିଥ୍ୟ ଓ ଭଲ ପାଇବା ପାଇଁ ଧନ୍ୟବାଦ । ସ୍ଥାନୀୟ ଗୁରୁଜନ ଓ ମା’ ମାନେ ଦେଇଥିବା ମମତା ଓ ସ୍ନେହର ଆଶୀର୍ବାଦ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଦେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଦେଶରେ ପୁନର୍ବାର ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଜନସାଧାରଣଙ୍କ ଠାରୁ ଆଶୀର୍ବାଦ ଲୋଡିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ବଡ଼ଗୁଣ୍ଡୁରି ଠାରେ ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇଥିଲେ । ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକଙ୍କ ଦ୍ଵାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ସ୍ୱାଗତ କରାଯାଇଥିଲା ।