ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିର ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଯାଇଥିବାକୁ ଏହାକୁ ମନେ ପକାଇଛନ୍ତି ଓ କହିଛନ୍ତି ଯେ ଦେଶର ଜରୁରୀ କାଳୀନ ପରିସ୍ଥିତି ଭଳି କଳା ଅଧ୍ୟାୟକୁ କେବେ ହେଲେ ଭୁଲିବ ନାହିଁ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ କଂଗ୍ରେସ ନିଜର ଏକଛତ୍ରବାଦୀ ମାନସିକତାର ପରିଚୟ ଦେଇ କ୍ଷମତା ସ୍ୱାର୍ଥ ପାଇଁ ଦେଶ ଉପରେ ଜରୁରୀ କାଳୀନ ପରିସ୍ଥିତି ଦି ଦେଇଥିଲା । ଏପରି କରି କଂଗ୍ରେସ ବିଶ୍ୱର ସବୁଠାରୁ ବଡ ଗଣତନ୍ତର ହତ୍ୟା କରିଥିଲା । ଗୋଟିଏ ପରିବାରର ବିରୋଧରେ ଉଠୁଥିୂବା ପ୍ରତ୍ୟେକ ସ୍ୱରକୁ ଚାପିବା ପାଇଁ କଂଗ୍ରେସ ଦେଶର ନାଗରିକ ମାନଙ୍କର ସମସ୍ତ ମୌଳିକ ଅଧିକାରକୁ ଛଡାଇ ଦେଶର ଗଣତାନ୍ତ୍ରିକ ମୂଳ ଉପରେ କୁଠାରାଘାତ କରିଥିଲା । କଂଗ୍ରେସର ଏହି ଗଣତନ୍ତ୍ର ବିରୋଧୀ ଚରିତ୍ର ଓ ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟକୁ କେବେ ହେଲେ ଭୁଲିବ ନାହିଁ ।