
ଗଂଜାମ, ମୁଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିର ଶେରଗଡ ବ୍ଲକ ପିତଳ ନୂତନ ପିଏଚସିରେ ଦୀର୍ଘଦିନ ହେଲା କୌଣସି ଡାକ୍ତର ନଥିବାରୁ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ପାଂଚଟି ପଂଚାୟତର ପ୍ରାୟ ତିରିଶି ହଜାର ଜନସାଧାରଣ ମୌଳିକ ସ୍ଵାସ୍ଥ୍ଯସେବାରୁ ବଂଚିତ ହୋଇ ଦୀର୍ଘ ୩୫ କିଲୋମିଟର ଦୂର ବ୍ରହ୍ମପୁର ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ଜଣାପଡିଛି। ମୁଖ୍ଯମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳିରେ ସ୍ଵାସ୍ଥ୍ଯସେବାର ଏ ବିପର୍ଯ୍ଯୟ ଅବସ୍ଥାରେ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।