
ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲାର କୋକସରା ଥାନା ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ଖଲିଗଡ଼ ଗ୍ରାମରେ ଛତିଶଗଡ଼ ଏସଟିଏଫ ଟିମ ଓ କଳାହାଣ୍ଡି ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଡାଉ କରାଯାଇଛ । ବେଆଇନ ଭାବେ ଦେଶି ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ପରେ ଶନିବାର ସନ୍ଧ୍ୟାରେ ଚଡାଉ କରାଯାଇଛି । ଏଥିରେ ୬ ଦେଶି ବନ୍ଧୁକ ଓ ଶିକାର ହୋଇଥିବା ବନ୍ୟଜନ୍ତୁ ଙ୍କ ଅବଶେଷ ଉଦ୍ଧାର କରାଯାଇଛି । ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ଥିବା ସୂଚନା ମିଳିଛି ।
ଉଲ୍ଲେଖନୀୟ ଯେ ଗତ କିଛିଦିନ ତଳେ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ବେଆଇନ ଭାବେ ବନ୍ଧୁକ ତିଆରି କରି ସୀମାନ୍ତ ରାଜ୍ୟ ଛତିଶଗଡ଼ କୁ ଚାଲାଣ ହେଉଥିବା ନେଇ ଛତିଶଗଡ଼ ଏସଟିଏଫ ଟିମ ପକ୍ଷରୁ ମଙ୍ଗଳପୁର ଗ୍ରାମରେ ରେ ଚଢ଼ାଉ କରାଯାଇଥିବା ବେଳେ ପୁଣି ଏହାର ଲିଙ୍କ ଖଲିଗଡ଼ ଗ୍ରାମରେ ଥିବା କୌଣସି ସୂତ୍ରରୁ ଖବର ପାଇ ଚଡାଉ କରାଯାଇଛି । ଚଡାଉ ରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ର ଅଧିକାରୀ,ଛତିଶଗଡ଼ ଏସଟିଏଫ ଟିମ ,ପୋଲିସ ସାମିଲ ରହିଥିଲେ ।