ସୁବର୍ଣ୍ଣପୁର, ସୋନପୁର ମନମୁଣ୍ଡା ତେଲ ବ୍ରିଜରେ ଦୀର୍ଘ ଦିନରୁ ବାଲିରେ ପୋତି ହୋଇଥିବା ପାଣି ନିଷ୍କାସନ ଛୋଟ ଛୋଟ ଶହ ଶହ ପୋଲ ସବୁକୁ ଆଜି ସଫା କଲେ ଓ ପାଣି ନିଷ୍କାସନ କଲେ ସ୍ଵଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର କିଛି ସ୍ବେଛାସେବୀ। ବ୍ରିଜରେ ଜମିଥିବା ପ୍ରଥମ ବର୍ଷା ପାଣି, ବାଲି, ଖାଲ ନାଳ ଓ ଲୁହା ଛଡ଼ ଯୋଗୁଁ ପ୍ରତ୍ୟହ ଯିବା ଆସିବା କରୁଥିବା ହଜାର ହଜାର ଗାଡି ଚାଳକ ଓ ଯାତ୍ରୀ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ ହୋଇଛି ଓ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖାଯାଉଛି। ୧୯୭୩ ମସିହାରେ ଓଡିଶାର ରାଜ୍ୟପାଳ ବି.ଡି. ଜଟ୍ଟୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇ ବାଲାଙ୍ଗୀର ସୋନପୁରରୁ ବୌଦ୍ଧ ଜ଼ିଲ୍ଲା ଓ ରାଜଧାନୀ ଭୁବନେଶ୍ଵରକୁ ସଂଯୋଗ କରୁଥିବା ଏହି ପୁରାତନ ତେଲ ବ୍ରିଜ ଦୀର୍ଘ ଦିନରୁ ରୁଗ୍ଣ ଓ ଜରାଜୀର୍ଣ ଅବସ୍ଥାରେ ରହିଛି। କିନ୍ତୁ, ଏହାର ଯତ୍ନ ଓ ରକ୍ଷଣାବେକ୍ଷଣ ଦିଗରେ ଏନ.ଏଚ. ବିଭାଗ ଓ ରାଜ୍ୟ ପ୍ରଶାସନର ଅଣଦେଖା ଯୋଗୁଁ ଆଜି ଆଉ ଏକ ଦ୍ଵିତୀୟ ନୂତନ ପୋଲର ଆବଶ୍ୟକ ଜରୁରୀ ହୋଇପଡିଛି। ଯଦି ପବ୍ଲିକ କିମ୍ବା ସାମ୍ବାଦିକଙ୍କ କେବେ କିଛି ଅଭିଯୋଗ ହୁଏ ତାହେଲେ କେବେ କେବେ ରଙ୍ଗ ଓ ସିମେଣ୍ଟ ପିଚୁ ଟିକିଏ ବୋଳି ଦେଇ ଏନ.ଏଚ. ବିଭାଗ ଚତୁରତାର ସହ ଦୋଷ ମୁକ୍ତ ହେବାର ଓ ଲୋକଙ୍କ ଆକ୍ରୋଶ ଯୋଗୁଁ ସ୍ପଟ ରୁ ଖସି ଯିବାର ଦେଖା ଯାଇଥାଏ।
ଆଜିର ଏହି ସଫେଇରେ ସ୍ଵଚ୍ଛ ଭାରତ ସଂଗଠନର ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ବୈକୁଣ୍ଠ ଶତପଥୀ, ମନୋରଞ୍ଜନ ତ୍ରିପାଠୀ, ତରଣୀ ମେହେର, ସିମାଞ୍ଚଳ ହୋତା, ଡା. ସରୋଜ ପଟେଲ, ବିକ୍ରମ ବାବୁ, ମିଲୁ ବାବୁ ପ୍ରମୁଖ ଅନେକ ସଭ୍ୟ ଯୋଗ ଦେଇଥିଲେ।
ପ୍ରକାଶ ଥାଉ କି, ୨୦୧୪ ମସିହାରୁ ଏହି ସଂଗଠନ ତେଲ ବ୍ରିଜ ର ରକ୍ଷଣାବେକ୍ଷଣ ପାଇଁ ବାଲି ସଫେଇ ଓ ଉଭୟ ପଟର ଖାଲ ପୋତିବା ସହିତ ସୁପ୍ତ ହୋଇ ରହିଥିବା ବୌଦ୍ଧ ବାଲାଙ୍ଗୀର ଏନ.ଏଚ. ବିଭାଗକୁ ଜାଗ୍ରତ କରିଆସୁଥିବା ଅନେକ ନଜିର ଅଛି ଏବଂ ଏହାର ଯତ୍ନ ଲାଗି ସୁବର୍ଣ୍ଣପୁର ପ୍ରାକ୍ତନ କଲେକ୍ଟରଙ୍କୁ ଲିଖିତ ଆକାରରେ ଅଭିଯୋଗ କରାଯାଇଥିବା ଓ ଜ଼ିଲ୍ଲାପାଳ ଶ୍ରୀମତୀ ନର୍ଭଣେ ବିଭିନ୍ନ କମ୍ପାନୀ ସହ ଯୋଗାଯୋଗରେ ଥିବା ବିଷୟ ମେସେଜରେ ଜଣାଇଥିଲେ।