-
ଆଜି ମୁଁ ଯେଉଁଠି ପହଞ୍ଚିଛି, ଏହି ସ୍କୁଲର ଗୁରୁଙ୍କ ଠାରୁ ପାଇଥିବା ପ୍ରେରଣା କାରଣରୁ ସମ୍ଭବ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ
-
ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ର ଛାତ୍ରଛାତ୍ରୀଙ୍କୁ ଭେଟିଲେ
-
ଅନେକ ଦିନର ବ୍ୟବଧାନ ପରେ ମୁଁ ପଢୁଥିବା ସ୍କୁଲକୁ ଆସି ବହୁତ ଆନନ୍ଦିତ
-
ଏହି ସ୍କୁଲ ମୋ ପାଇଁ ମନ୍ଦିର ତୁଲ୍ୟ
-
ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟିଲା ପରେ ପିଲାବେଳର ଅନେକ ସ୍ମୃତି ଉଜ୍ଜିବୀତ ହେଲା, ଯାହା ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ
ତାଳଚେର, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ତଥା ନିଜେ ପଢୁଥିବା ସ୍କୁଲକୁ ଗସ୍ତ କରି ଖୁସିବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନେକ ଦିନର ବ୍ୟବଧାନ ପରେ ମୁଁ ପଢୁଥିବା ସ୍କୁଲକୁ ଆସି ବହୁତ ଆନନ୍ଦିତ । ଏହାକୁ ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ । ଏହି ସ୍କୁଲରେ ମୁଁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଛି । ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ଏହି ସ୍କୁଲର ତତ୍କାଳୀନ ଦୁର୍ଗା ସାର୍, ମହେଶ୍ୱର ସାର୍ ଓ ଅନ୍ୟ ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣା କାରଣରୁ ସମ୍ଭବ ହୋଇଛି । ଏହି ସ୍କୁଲ ମୋ ପାଇଁ ମନ୍ଦିର ତୁଲ୍ୟ । ଆଜି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟିଲା ପରେ ପିଲାବେଳର ଅନେକ ସ୍ମୃତି ଉଜ୍ଜିବୀତ ହେଲା, ଯାହା ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ।
ଶ୍ରୀ ପ୍ରଧାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଫଟୋ ଉଠାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।