-
ଆଡପ ଅଭଡ଼ା ପାଇଁ ଭକ୍ତଙ୍କ ଆନନ୍ଦ କହିଲେ ନସରେ
ଆଡପ ମଣ୍ଡପ ବିଜେ ପରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ନିମନ୍ତେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ପରେ ଶ୍ରୀ ଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି ।ସକାଳ ସମୟରେ ବର୍ଷାରେ ଭିଜି ଭିଜି ଦର୍ଶନ କଲେ ଶ୍ରଦ୍ଧାଳୁ |ଏହି ଦର୍ଶନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଦିତୀୟ ଭୋଗ ମଣ୍ଡପ ନିତି ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହୋଇଛି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିଥିଲା ।ଶନିବାର ଦିନ ମହାପ୍ରଭୁଙ୍କ ହେରା ପଞ୍ଚମୀ ନିତି ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ମହାପ୍ରଭୁଙ୍କ ପ୍ରଥମ ଆଡ଼ପ ଅବଢ଼ା ବାହାରି ଥିଲା । ଯାହାକୁ ପାଇ ହଜାର ହଜାର ଭକ୍ତଙ୍କ ଆନନ୍ଦ କହିଲେ ନସରେ । ଶ୍ରୀ ମନ୍ଦିରରେ ଯେଉଁ ଅବଢ଼ା ବାହାରି ଥାଏ ତାହା ଲକ୍ଷ୍ନୀ ଠାକୁରାଣୀ ତିଆରି କରିଥାନ୍ତି। କିନ୍ତୁ ଶ୍ରୀ ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମ ସ୍ଥାନ ତେଣୁ ଏଠାରେ ମା ହାତରେ ଅବଢ଼ା ପ୍ରସ୍ତୁତି ହେଇଥାଏ। ଏଠାରେ ଭକ୍ତ ମାନେ ଆଡ଼ପ ଅବଢ଼ା ବ୍ରାହ୍ମଣଙ୍କୁ ସେବନ କରିବାକୁ ଦିଅନ୍ତି ଯାହା ଦ୍ଵାରା ଅନେକ ପୁଣ୍ୟ ପ୍ରାପ୍ତି ହୋଇଥାଏ ।