
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଆଦିପୁରୁଷ ସିନେମାରେ ଭଗବାନ ଶ୍ରୀ ରାମଚନ୍ଦ୍ର ଓ ହନୁମାନ ତଥା ରାବଣ ଙ୍କୁ ଅପମାନିତ କରାଯାଇଥିବାରୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିରୋଧ କରାଯିବା ସହ ସିନେମାର ଲେଖକ ମନୋଜ ମୁନ୍ତାସିର୍ ଓ ନିର୍ଦ୍ଦେଶକ ଓମ୍ ରାଉତ ଙ୍କ ମୁହଁରେ କଳା ଵୋଳା ଯାଇଥିଲା , ଚପଲ ଓ ଝାଡୁ ମାଡ କରାଯାଇଥିଲା ଏବଂ କୁଶପୁତ୍ତଳିକା ଦାହ କରାଯାଇଛି | ସେନା ତରଫରୁ ସିଂହଦ୍ଵାର ଥାନାରେ ଦଫା 295, 295A, 296,297,298,120b,34 IPC ମତେ ଏତଲା ଦିଆଯାଇଛି ଓ ଗିରଫ ଦାବି କରାଯାଇଛି। ଏଥିସହିତ ସାରା ରାଜ୍ୟରେ ଏହି ସିନେମାକୁ ଵ୍ୟାନ୍ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ମଧ୍ୟ ଦାବି କରାଯାଇଛି।ଏହି ବିକ୍ଷୋଭ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଙ୍କ ନେତୃତ୍ୱରେ ହୋଇଥିଲା |