
ଭୁବନେଶ୍ୱର, ରାଜ୍ୟର ସମସ୍ତ ପୌରାଂଚଳରେ ଥିବା ୩୪ ଜିଲା ଆହାର ସମିତି ଓ ସିଟି ଆହାର ସମିତିକୁ ଗୃହ, ନଗର ଉନ୍ନୟନ ବିଭାଗ ୧୧ କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଓ ୨୦୨୩ – ୨୪ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଏହି ଅର୍ଥ ରିଲିଜ କରାଯାଇଛି ଓ ଏହି ପାଣ୍ଠି ରାଜ୍ୟରେ ୧୬୭ ଆହାର କେନ୍ଦ୍ର ମାଧ୍ୟମରେ ଗୁଣାତ୍ମକ ଖାଦ୍ୟ ବଂଟନକୁ ସହଜ କରିବ ଏବଂ କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା କହିଛନ୍ତି ।
ପ୍ରକାଶକ ଥାଉକି ଆହାର, ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଯାହା ନାଗରିକଙ୍କ କଲ୍ୟାଣ ପାଇଁ ସେମାନଙ୍କର ଗଭୀର ପ୍ରତିବଦ୍ଧତାର ପ୍ରତୀକ ପାଲଟିଛି । ୫ଟି ମହାନଗର ନିଗମରେ ୨୧ଟି ‘ଆହାର’ କେନ୍ଦ୍ର ସହିତ ଏକ ସାମାନ୍ୟ ପ୍ରୟାସ ଭାବେ ଯାହା ଆରମ୍ଭ ହୋଇଥିଲା, ତାହା ଏବେ ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି । ରାଜ୍ୟର ସମସ୍ତ ୧୧୫ ଟି ସହରାଂଚଳ ସ୍ଥାନୀୟ ସଂସ୍ଥାକୁ ନେଇ ଗଠିତ ଓଡ଼ିଶାରେ ୧୬୭ ଟି ‘ଆହାର’ କେନ୍ଦ୍ର ରହିଛି । ପ୍ରତ୍ୟେକ ଦିନ, ଏହି ସ୍ମାରକୀ ପ୍ରୟାସ ପ୍ରାୟ ଏକଲକ୍ଷ ଯୋଗ୍ୟ ବ୍ୟକ୍ତିଙ୍କ ଜୀବନକୁ ଛୁଇଁଥାଏ, ଯାହା ସୁନିଶ୍ଚିତ କରେ ଯେ କେହି ଭୋକିଲା ଶୋଇବେ ନାହିଁ ।
ସାମୁହିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ‘ଆହାର’ କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟନ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଇଛନ୍ତି ଓ ସମସ୍ତ ୧୬୭ ଟି ଆହାର କେନ୍ଦ୍ର ଓ ୨୭ଟି ଆହାର ରୋଷେଇ ଘର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ।
ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ଆର୍ôଥକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ସହରାଂଚଳ ସ୍ଥାନୀୟ ପୌର ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରନ୍ତୁ ଏବଂ ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ କରିବାକୁ କୁହାଯାଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।