ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ପୂଜା ଆଜି ପବିତ୍ର ଧନୁସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି । ଏବଂ ଏହି ପୂଜା ଅବସରରେ ୨୫ ତାରିଖଠାରୁ ଧର୍ମଶାଳା ମହୋତ୍ସବ ଆରମ୍ଭ ହେବ ବୋଲି ଜଣାପଡିଛି । ଏଥବ ପାଇଁ ଜାରକା ବଜାର ଚଳଚଂଚଳ ହୋଇପଡିଛି । କଳସାଧୀବାସ ଓ ଲକ୍ଷ୍ମୀନାରାୟଣଙ୍କ ଯଥା ରିତିକାନ୍ତି ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ପୂଜା ମଣ୍ଡପରେ ଲକ୍ଷ୍ମୀନାରାୟଣଙ୍କ ଗଜଉଦ୍ଧାରଣ ମେଢ ସାଙ୍ଗାକୁ ବିଭିନ୍ନ ପୌରାଣିକ,ଐତିହାସିକ ଓ ସାମାଜିକ କଥାବସ୍ତୁ ମୂର୍ତୀ ମାଧ୍ୟମରେ ରୂପ ଦିଆଯାଇଛି । ସମ୍ମୁଖରେ ସଦୃଶ ତୋରଣ ଶୋଭା ପାଉଥିବା ବେଳେ ଜାରକା ବଜାରର ସମସ୍ତ ପ୍ରବେଶ ପଥରେ ଆକର୍ଷଣୀୟ ଆଲୋକ ସଜ୍ଜା କରାଯାଇଛି । ବିଭିନ୍ନ ଦିବସମାନଙ୍କରେ ବିଭିନ୍ନ ଅନୁÂାନ ପକ୍ଷରୁ ଭଜନ ସନ୍ଧ୍ୟା,କୀର୍ତନ,ପ୍ରବଚନ ଓ ପାଲା ପରିବେଷଣ କରାଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ୨୫ ତାରିଖରୁ ଧର୍ମଶାଳା ମହୋତ୍ସବ ଆରମ୍ଭ ହୋଇ ଜାନୁଆରୀ ମାସ ୫ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡିଛି ।
Related Stories
November 23, 2024