
ବଲାଙ୍ଗିର ,ବଲାଙ୍ଗୀର ସ୍ଥାନୀୟ ହୋଟେଲ ସ୍ବେୟମ ଠାରେ ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ହୋଟେଲ ସଂଘର ସଭାପତି ଜୟ ପ୍ରକାଶ ପୁରୋହିତ ସଭାତୀତ୍ୱରେ ମୁଖ୍ୟତିଥି ଭାବରେ ପଶ୍ଚିଓଡିଶା ବିକାଶ ପରିଷଦ ତଥା ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟମନ୍ତ୍ରୀ ପରାମର୍ଶ ଦାତା ଅସିଦ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ପର୍ଯ୍ୟଟନ ସଚିବ ସଚୀନ ରାମଚନ୍ଦ୍ର ଯାଦବ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ଏସ. ପି ଋଷିକେଶ ଖିଲାରୀ, ରାଜ୍ୟ ହୋଟେଲ ରେସଟୁରେଣ୍ଟ ସଂଘର ସଭାପତି ଜେ. କେ ମହାନ୍ତି, ପଶ୍ଚିମଓଡିଶା ସଭାପତି ଯଶବିରସିଂ ହୁରା ଓ ସଂଘ ର ସାଧାରଣ ସଂପାଦକ ରବି ନାରାୟଣ ପୂଜାରୀ ମଂଚାସୀନ ଥିଲେ l ଜିଲ୍ଲା କୁ ପର୍ଯଟନ କ୍ଷେତ୍ରରେ ଉନ୍ନତି କରାଯାଉ, ସାରା ରାଜ୍ୟର ବିଭିନ୍ନ ସମସ୍ୟା ଗୁଡିକୁ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଉପସଭାପତି ଲୋଟସ ଷଢଙ୍ଗୀ, ସହସମ୍ପାଦକ ଅଭିଜିତ ମିଶ୍ର, କୋଷାଧକ୍ଷ ଜନ୍ମଜୟ ଭମର, ବରିଷ୍ଠ ସଦସ୍ୟ ଅଶୋକ ପାଢ଼ୀ, ରାମ ଦାଶ, ବୁଲୁ ପୁରୋହିତ, ଧୂର୍ବ ଯୁଏଡ଼, ତ୍ରିପୁରାରୀ ପାଣିଗ୍ରାହୀ, ନରେନ୍ଦ୍ର ସାହୁ,ଗୋପାଳ ଦାନୀ,ଭିକି ଅଗ୍ରୱାଲ, ସ୍ୱାଗତ ପୁରୋହିତ, ପ୍ରଣବ ଖୁ୍ୱାସ, ବିକେକା ପତି, ମହାତ୍ମା ସାହୁ, ନିଶ୍ୱଜିତ ସାହୁ, ପଙ୍କଜ ଅଗ୍ରୱାଲ, ହରିଶ ରାଇଥାଟା, ଜିଲ୍ଲା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ପଶ୍ଚିମ ଓଡିଶା ର ରାଉଲକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର ପ୍ରମୁଖ ଜିଲ୍ଲା ରୁ ହୋଟେଲ ମାଲିକ ମାନେ ଉପସ୍ଥିତ ଥିଲେ l ଆଜିର ଏହି ସମ୍ମିଳନୀରେ ପଶ୍ଚିମ ଓଡିଶା ରେ ଭଲ ହୋଟେଲ ଭାବରେ ଝାରସୁଗୁଡା ଓର ଚାଟ ହୋଟେଲ ମାଲିକ ଆଶିଷ ପାଳିତଙ୍କୁ ସମ୍ମାନିତ କରାଯାଇଥିଲା l