ବଲାଙ୍ଗିର ,ଆଗଲପୁର ବ୍ଲକ୍ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ” ବିଶ୍ଵ ଯୋଗଦିବସ-୨୦୨୩ ” ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗୀନ୍ଦ୍ର ଦାଶ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତିର ଏହି ମହାର୍ଘ ଅବଦାନ ” ଯୋଗ “ବିଷୟରେ କହିଥିଲେ ଓ ଭାରତୀୟ ଭାବେ ଆମେ ଆଜି ଗର୍ବ ଅନୁଭବ କରି ଏହାକୁ ନିଜର ନିତ୍ଯ ଦିନଚର୍ଯ୍ଯାରେ ସ୍ଥାନଦେବାକୁ ଆହ୍ଵାନ ଦେଇଥିଲେ । ତତ୍ପରେ ଯୋଗ ପ୍ରୋଟୋକଲ ଅନୁସାରେ ସେ ଗ୍ରୀବା ସଞ୍ଚଳନ, କଟୀ ସଞ୍ଚଳନ, ସୂର୍ଯ୍ଯ ନମସ୍କାର, ଠିଆ ଆସନ (ତାଡାସନ, ଅର୍ଦ୍ଧ କଟୀ ଚକ୍ରାସନ, ତ୍ରିକୋଣାସନ), ବସିକରି ଆସନ( ମଣ୍ଡୁକାସନ, ଶଶକାସନ, ବଜ୍ରାସନ) ,ପେଟରେ ଭରାଦେଇ ଆସନ ଭୁଜଙ୍ଗାସନପ୍ରକାର-୧,୨,୩,ସଲଭାସନ,ଧନୁରାସନ),ପିଠିରେ ଭରାଦେଇ ଆସନ (ନାବାସନ, ସର୍ବାଙ୍ଗାସନ, ଶବାସନ) ଆଦି ସହ ପ୍ରାଣାୟାମ ମଧ୍ୟ କରିଥିଲେ । ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଏହା କରିଥିଲେ । ଏହିସମୟରେ ଶିକ୍ଷକ ନିରଞ୍ଜନ ପଧାନ, ସୁଶିଳ କୁମାର ସେଟ ଓ ଦେବଦତ୍ତ ସାହୁ ଓ କମିଟି ସଭ୍ଯ ଉଦ୍ଧବ ନାଏକ ସହଯୋଗ କରିଥିଲେ ।
Related Stories
November 22, 2024