ଭୁବନେଶ୍ୱର,ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ଶ୍ରଦ୍ଧେୟ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏକ ଦୂରଦର୍ଶୀ ନେତା ଥିଲେ ଯିଏ ନିଜର ବିଚାର ଓ ସିଦ୍ଧାନ୍ତ ଜରିଆରେ ଦେଶର ରାଜନୀତିରେ ଉଚ୍ଚ ଆଦର୍ଶ ସ୍ଥାପିତ କରିଥିଲେ । ସେ ସବୁବେଳେ ଭାରତର ସମସ୍ୟାର ମୂଳ କାରଣ ଓ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ ଓ ତା ପାଇଁ ଜୀବନ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ । ସାଂସ୍କୃତିକ ରାଷ୍ଟ୍ରବାଦର ଶିଳ୍ପୀ ଶ୍ୟାମା ପ୍ରସାଦ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ ବିକାଶର ମଜବୁତ ମୁଳଦୁଆ ରଖିବା ଓ ଭାରତକୁ ଶ୍ରେଷ୍ଠ ଓ ଶକ୍ତିଶାଳୀ କରିବାକୁ ନିଜର ସର୍ବସ୍ୱ ଅର୍ପଣ କରିଥିଲେ । ତାଙ୍କର ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଭଲି ରାଷ୍ଟ୍ରନାୟକଙ୍କ ବଳିଦାନ ଦିବସ ଅବସରରେ ତାଙ୍କୁ କୋଟି କୋଟି ବନ୍ଦନ ।
Related Stories
November 23, 2024
November 23, 2024
November 23, 2024