
ବଲାଙ୍ଗିର, ଆସନ୍ତା ୨୬ ଜୁନ ଠାରୁ ୧ ଜୁଲାଇ ପର୍ଯ୍ୟନ୍ତ ପୁନେ (ମହାରାଷ୍ଟ୍ର) ଠାରେ ୩୨ତମ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୨ ଜଣ ପ୍ରତିଯୋଗୀ ଏବଂ ୬ ଜଣ ଅଫିସିଆଲ ଅଂଶ ଗ୍ରହଣ କରିବେ । ଏଥିରେ ବଲାଙ୍ଗିରରୁ ଆଲୋକ ନାଏକ (୨୮) ଓଡିଶା ଦଳରେ ତାଉଲୁ ଅପସନାଲ ଇଭେଂଟରେ ପ୍ରତିଦ୍ଵନ୍ଦିତା କରିବେ । ଓଡିଶାର ଅଫିସିଆଲ ଭାବରେ- ପ୍ରଦ୍ୟୁମ୍ନ ବେହେରା-ଆର୍ନ୍ତଜାତୀୟ ଜଜ୍, ଅନୁରାଧା ଡୋରା- ଜାତୀୟ ଜଜ୍, ପଙ୍କଜ ମହନ୍ତ- କୋଚ୍, ସୁଶାନ୍ତ ନାଏକ- କୋଚ୍, ସୁଜନ କୁମାର ରଥ- ମ୍ୟାନେଜର, ଈଶ୍ଵର ଚନ୍ଦ୍ର ମହନ୍ତ- ମ୍ୟାନେଜର ଭାବରେ ଓଡିଶା ଦଳକୁ ପ୍ରତିନିଧିତ୍ଵ କରିବେ ।
ସୂଚନା ଯୋଗ୍ୟ ଯେ, ଉଷୁ ମାର୍ଶଲ ଆର୍ଟ୍ସ ଭାରତ ସରଲାରଙ୍କ ଦ୍ଵାରା ସମ୍ପୁର୍ଣ୍ଣ ମାନ୍ୟତା ପ୍ରାପ୍ତ ଖେଳ ହୋଇଥିବାରୁ ଉଷୁ ମାର୍ଶଲ ଆର୍ଟ୍ସ ର ଚାହିଦା ଭାରତରେ ଯୁବ ପିଢୀଙ୍କ ମଧ୍ୟରେ ବଢି ଚାଲିଛି ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।