କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶ୍ରୀକ୍ଷେତ୍ର ସାରସ୍ୱତ ଗୌଡିୟ ବୈଷ୍ଣବ ସଙ୍ଘ, ପୁରୀ ପକ୍ଷରୁ ବଡଦାଣ୍ଡସ୍ଥିତ ଚୈତନ୍ୟ ଗୌଡିୟ ମଠ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗୌଡିୟ ମିଶନର ସଭାପତି ଭକ୍ତି ସୁନ୍ଦର ସନ୍ୟାସୀ ମହାରାଜ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ରାଜା ପ୍ରତାପ ରୁଦ୍ରଦେବଙ୍କ ସ୍ୱୀକୃତି ଦ୍ୱାରା ଚାଲିଛି ଏହି ମହନୀୟ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ସେବା l ଏଥିରେ ଭାରତ ବର୍ଷର ଶତାଧିକ ଗୌଡିୟ ମଠର ସାଧୁ ବୈଷ୍ଣବ, ଭକ୍ତ ଶ୍ରୀ ଗୁଣ୍ଡିଚା ମନ୍ଦିର ସେବା କରି ନିଜକୁ ଧନ୍ୟ ମନେ କରନ୍ତି l ଏବଂ ସେମାନଙ୍କ ଭାବନା ଅନୁସାରେ ରଥଯାତ୍ରାରେ ଅନେକ ସେବା କାର୍ଯ୍ୟ ମଧ୍ୟରେ ଏହା ଅନ୍ୟତମ l ଏହି ଅବସରରେ ସାମ୍ବାଦିକଙ୍କ ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନକୁ ପଚାରିଥିଲେ ରଥଯାତ୍ରା ଅବସରରେ ବିନା ସୂଚନାରେ ଆକସ୍ମିକ ଭାବେ ଏହି ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ସେବାରୁ ଗୌଡିୟ ସମ୍ପ୍ରଦାୟ ମଠର ବୈଷ୍ଣବ ଭକ୍ତ ମାନଙ୍କୁ ବଞ୍ଚିତ କରିବା ଅତ୍ୟନ୍ତ ହୃଦୟ ବିଦାରକ l ତାଙ୍କର କହିବାର ଥିଲା ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ସେବା ପାଇଁ କେଉଁ ମଠ ମାନେ ଅଧିକୃତ ଅଟନ୍ତି ଓ ଶହେ ବର୍ଷରୁ ଉର୍ଦ୍ଧ ସମୟ ଧରି ଗୌଡିୟ ସାମ୍ପ୍ରଦାୟର ବୈଷ୍ଣବ ମାନେ ଯେଉଁ ସେବା କରିଆସୁଥିଲେ ଏହା କେଉଁ ସେବାରେ ଅନ୍ତର୍ଭୁକ୍ତ l ପରିମାଣିକ ଟିକେଟ ପ୍ରଦାନ କରି ପ୍ରତ୍ୟେକ ବର୍ଷ ଭକ୍ତମାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବାର ଵିଧି ଥିଲା l ଚଳିତ ବର୍ଷ କେଉଁ ପରିସ୍ଥିତି ରେ ଏହି ଵିଧି ଓ ପରମ୍ପରାକୁ ଭଙ୍ଗ କରାଗଲା l ଗୌଡିୟ ମଠର ବୈଷ୍ଣବ ମାନଙ୍କୁ ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ସେବାରୁ ବଞ୍ଚିତ କରିବାର ମୁଖ୍ୟ କାରଣ କଣ l ଗୌଡିୟ ବୈଷ୍ଣବ ସଂଘର ସହ ସମ୍ପାଦକ ଭକ୍ତି ବେଦାନ୍ତ ବୋଧାୟନ ମହାରାଜ କହିଲେ ପ୍ରାଚୀନ ଗ୍ରନ୍ଥ ଶ୍ରୀ ଚୈତନ୍ୟ ଚରିତାମୃତ ଗ୍ରନ୍ଥର ମଧ୍ୟଲୀଳା ଦ୍ୱାଦଶ ଅଧ୍ୟାୟରେ ବିଶେଷ ଭାବେ ବର୍ଣ୍ଣିତ ରହିଛିଯେ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ସେବା ଗୌଡିୟ ମଠର ବୈଷ୍ଣବ ମାନଙ୍କର ପରମ୍ପରା l ଏଣୁ ଶ୍ରୀମନ୍ଦିର ପ୍ରଶାସନ ଗୌଡିୟ ମଠର ବୈଷ୍ଣବ ଭକ୍ତ ମାନଙ୍କୁ ପୁନଃ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନ ସେବାର ସୁଯୋଗ ପ୍ରଦାନ କରାଯାଉ ବୋଲି ସେ ନିବେଦନ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ସମ୍ପାଦକ ଭକ୍ତି ବିବେକ ମଧୁସୂଦନ ମହାରାଜ, ଶ୍ରୀକ୍ଷେତ୍ର ଭକ୍ତି ବିବେକ ପରମାର୍ଥି ପ୍ରମୁଖ ମଂଚାସୀନ ଥିଲେ l
Related Stories
November 23, 2024
November 23, 2024
November 23, 2024