ବଲାଙ୍ଗିର, ବଲାଙ୍ଗିର ସ୍ଥାନୀୟ ହୋଟେଲ ସ୍ବୟମ ଠାରେ ବଲାଙ୍ଗିର ହୋଟେଲ ସଂଘର ବାର୍ଷିକ ସମ୍ମିଳନୀ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ହୋଟେଲ ସଂଘର ସଭାପତି ଜୟ ପ୍ରକାଶ ପୁରୋହିତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପଶ୍ଚିମଓଡିଶା ବିକାଶ ପରିଷଦ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିଦ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ଏସପି ଋଷିକେଶ ଖିଲାରୀ, ରାଜ୍ୟ ହୋଟେଲ ରେସ୍ତୁରେଣ୍ଟ ସଂଘର ସଭାପତି ଜେ. କେ ମହାନ୍ତି, ପଶ୍ଚିମଓଡିଶା ସଭାପତି ଯଶବିରସିଂ ହୁରା ଓ ସଂଘ ର ସାଧାରଣ ସଂପାଦକ ରବି ନାରାୟଣ ପୂଜାରୀ ମଂଚାସୀନ ଥିଲେ। ଜିଲ୍ଲାକୁ ପର୍ଯଟନ କ୍ଷେତ୍ରରେ ଉନ୍ନତି କରାଯାଉ, ସାରା ରାଜ୍ୟର ବିଭିନ୍ନ ସମସ୍ୟା ଗୁଡିକୁ ସଂଘ ପକ୍ଷରୁ ଉପସ୍ଥାପନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଉପସଭାପତି ଲୋଟସ ଷଢଙ୍ଗୀ, ସହସମ୍ପାଦକ ଅଭିଜିତ ମିଶ୍ର, କୋଷାଧକ୍ଷ ଜନ୍ମଜୟ ଭମର, ବରିଷ୍ଠ ସଦସ୍ୟ ଅଶୋକ ପାଢ଼ୀ, ରାମ ଦାଶ, ବୁଲୁ ପୁରୋହିତ, ଧୂର୍ବ ଯୁଏଡ଼, ତ୍ରିପୁରାରୀ ପାଣିଗ୍ରାହୀ, ନରେନ୍ଦ୍ର ସାହୁ,ଗୋପାଳ ଦାନୀ,ଭିକି ଅଗ୍ରୱାଲ, ସ୍ଵାଗତ ପୁରୋହିତ, ପ୍ରଣବ ଖୁ୍ୱାସ, ବିକେକା ପତି, ମହାତ୍ମା ସାହୁ, ନିଶ୍ଵଜିତ ସାହୁ, ପଙ୍କଜ ଅଗ୍ରୱାଲ, ହରିଶ ରାଇଥାଟା, ଜିଲ୍ଲା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପଶ୍ଚିମ ଓଡିଶାର ରାଉଲକେଲା, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର ପ୍ରମୁଖ ଜିଲ୍ଲାରୁ ହୋଟେଲ ମାଲିକ ମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ପଶ୍ଚିମ ଓଡିଶାରେ ଭଲ ହୋଟେଲ ଭାବରେ ଝାରସୁଗୁଡା ଓର ଚାଟ ହୋଟେଲ ମାଲିକ ଆଶିଷ ପାଳିତଙ୍କୁ ସମ୍ମାନିତ କରାଯାଇଥିଲା।