ବଲାଙ୍ଗିର, ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସନ୍ତରଣ, ଲନ୍ ବଲ୍, ଫେନ୍ସିଂ, ମର୍ଣ୍ଣିଂ ୱାକର୍ ଏସୋସିଏସନ ତଥା ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ପ୍ରଶାସକ ସୁସାନ୍ତ କୁମାର ସିଂହ ଯୋଗଦେଇ ସମସ୍ତଙ୍କୁ ଯୋଗର ଉପାଦେୟତା ବୁଝାଇବା ସଙ୍ଗେ ସଙ୍ଗେ ଏହାକୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରି ସୁସ୍ଥ ରହିବାକୁ ଉପଦେଶ ଦେଇଥିଲେ। ଶାରିରୀକ ଶିକ୍ଷା ଛାତ୍ରୀ ତଥା ଜାତୀୟ ସ୍ତରର ଯୋଗ ଏବଂ ଫେନସିଙ୍ଗ୍ ଖେଳାଳୀ କୁମାରୀ ସୌଦାମିନୀ କାଣ୍ଡି ସମସ୍ତଙ୍କୁ ଯୋଗାଭ୍ୟାସ କରେଇଥିଲେ।
ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ପରିଚାଳନା କରିଥିଲେ। ଜିଲ୍ଲା ପରିଷଦ ବଲାଙ୍ଗିର ତରଫରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା।