ଭୁବନେଶ୍ବର, କଟକ ଓ ଭୁବନେଶ୍ୱର ବାସୀଙ୍କୁ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଆଜି ସକାଳେ ଉଭୟ ସହରରେ ପ୍ରବଳ ଗରମ ଓ ଗୁଳୁଗୁଳ୍ି ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ଆକସ୍ମିକ ଭାବେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଏହି କାରଣରୁ ଉଭୟ ମହାନଗରର ଲୋକେ ଆଶ୍ୱସ୍ତି ଅନୁଭବ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆଜି କଟକ- ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷାର ପ୍ରଭାବରେ କଟକ- ଭୁବନେଶ୍ୱରର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଜଣାଯାଇଛି। ଏଣେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାର ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି।