ଭୁବନେଶ୍ୱର, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ବିଭିନ୍ନ ଠିକଣା ଉପରେ ଗୁରୁବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । । ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକର ୧୧ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରୁଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାଲେଶ୍ବର ଭିଜିଲାନ୍ସ କୋର୍ଟଙ୍କ ଆଦେଶକ୍ରମେ ଏହି ଚଢ଼ଉ କରାଯାଉଥିବା ବେଳେ ଏଥିରେ ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି, ୮ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ
ଭଦ୍ରକ ଫିରିଙ୍ଗପାଟଣାରେ ଥିବା ଜୟନ୍ତୀ ବେହେରାଙ୍କ ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦ୍ଧେଶ୍ୱର କଲୋନିରେ ୩ ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ ଟାଉନ ଅଞ୍ଚଳରେ ଥିବା ଫ୍ଲାଟରେ ଚଢ଼ଉ ଚାଲିଛି । ଖାଲି ସେତିକି ନୁହେଁ, ଜୟନ୍ତୀଙ୍କ ଭୁବନେଶ୍ବର କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ। ଏଣେ ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟ ଓ ଜଣେ ସହଯୋଗୀଙ୍କ ଘରେ ବି ଚଢ଼ଉ ଚାଲିଛି। ଏହାଛଡ଼ା ଭଦ୍ରକରେ ଥିବା ତାଙ୍କୁ ପୁରୁଣା ଅଫିସରେ ବି ଚଢ଼ଉ କରାଯାଉଛି।