ନୂଆଦିଲ୍ଲୀ, ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣାଙ୍କୁ ଚଳିତବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।
ଉଲ୍ଲେଖନୀୟ ଯେ ବନ୍ୟାରେ ପୁରୀ ଜିଲ୍ଲା କଣାସ ଅଞ୍ଚଳ ଜଳମଗ୍ନ ଥିବା ସମୟରେ ପ୍ରସବ ବେଦନା ପାଉଥିବା ଚାରି ଜଣ ଗର୍ଭବତୀ ମହିଳାଙ୍କୁ ମଞ୍ଜୁଲତା ପ୍ରସବ କରାଇ ସେମାନଙ୍କର ଜୀବନ ବଞ୍ଚାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।
ପୁରୀ ଜିଲ୍ଲା କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ମହାରଣା । ଚଳିତବର୍ଷର ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।
ମଞ୍ଜୁଲତା ଏଏନଏମ ତାଲିମ ସମାପ୍ତ କରିବା ପରେ ୨୦୦୭ରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ ପ୍ରଥମେ ଚାକିରି କରିଥିଲେ । ପରେ ଗତ ୨୦୧୯ ମସିହାରେ ନିୟମିତ ହୋଇ ମହିଳା ସ୍ବାସ୍ଥ୍ୟକର୍ମୀ ଭାବରେ ନିଜର କର୍ମ ଜାରି ରଖିଛନ୍ତି ।