
ମାଲକାନଗିରି, ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ମାଲକାନଗିରି ମହାବିଦ୍ୟାଳୟ ଯୁବ ରେଡକ୍ରସର ସ୍ଵେଚ୍ଛାସେବୀ ରାମଚନ୍ଦ୍ର ଚାଟୀ, ପିଙ୍କୁ ଖରା ଏବଂ ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ବାଇଁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଭୀଷଣ ରୌଦ୍ରତାପ ମଧ୍ୟରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଯୋଗଦେଇ ଭକ୍ତଙ୍କୁ ଜଳ ବିତରଣ, ଜଳ ସିଞ୍ଚନ, ବଡ଼ଦାଣ୍ଡ ସଫେଇ କାର୍ଯ୍ୟ ତଥା ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗେଇବା ଭଳି ମାନବ ଧର୍ମି କାର୍ଯ୍ୟ ସମ୍ପାଦନ କରିଥିଲେ। ଭାରତୀୟ ରେଡକ୍ରସ୍ ସମାଜ ଓଡ଼ିଶା ଶାଖାର ଅବୈତନିକ ସଚିବ ଡ଼ଃ. ବିଭୂତି ଭୂଷଣ ପଟ୍ଟନାୟକ ଉପରୋକ୍ତ ସ୍ଵେଚ୍ଛାସେବୀ ଏବଂ ଆବାହକଙ୍କୁ ଏକ ସମ୍ମିଳନୀରେ ଉଚ୍ଚ ପ୍ରଶଂସା ସହିତ ମାନପତ୍ର ପ୍ରଦାନ କରିଥିଲେ। ପୁରୀରୁ ପ୍ରତ୍ୟାବର୍ତ୍ତନ ପରେ ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ରେ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକଙ୍କ ଉପସ୍ଥିତି ରେ ସ୍ଵେଚ୍ଛାସେବୀ ଓ ଆବାହକ ଡ଼ଃ. ରଞ୍ଜନ କୁମାର ସ୍ବାଇଁଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଏବଂ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।