ବଲାଙ୍ଗିର, ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ଵାରା ବାର ଘଣ୍ଟିଆ ବଲାଙ୍ଗିର ସହର ବନ୍ଦ ଡାକରାରେ ଚକ, ଅଖ, ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ, ସବୁକିଛି ବନ୍ଦ ହୋଇଛି। ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଏହି ବନ୍ଦ ଡାକରା କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ପୁରୁଷ ବହୁ ସଂଖ୍ୟାରେ ପ୍ରତିବାଦ ସଭାରେ ପ୍ରତିବାଦ କରୁଥିବା ବେଳେ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଧାରଣା ଚାଲିଛି। ସକାଳୁ ବିଭିନ୍ନ କାର୍ଯ୍ୟଳୟ ଆଗରେ ପିକେଟିଂ କରିଥିବା ବେଳେ ଆଜି ଖୋଲିବାକୁ ଥିବା ସ୍କୁଲ କଲେଜ ଗୁଡିକ ବନ୍ଦ ରହିଛି। ଯାନବାହାନ ଚଳାଚଳ ବନ୍ଦ ଥିବା ବେଳେ ଅନ୍ୟ ଦୁଇ ଚକିଆ ଯାନ ମଧ୍ୟ କମ ସଂଖ୍ୟାରେ ଚଳାଚଳ କରୁଥିବା ଦେଖାଯାଉଛି।
Related Stories
November 22, 2024