
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ରଥଯାତ୍ରାର ଦ୍ୱିତୀୟ ଦିନରେ ସମସ୍ତ ତିନୋଟି ରଥ ସକାଳ 10.35 ମିନିଟ ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା , କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋପାଳ ବଲ୍ଲଭ ଭୋଗ (ଜଳଖିଆ ଭୋଗ )ଅପରାହ୍ନ 3.35 ମିନିଟ ସମୟରେ ଭୋଗ କରାଯାଇଥିଲା। ନୀତି ବିଳମ୍ବ ହେବାର କାରଣ ଖୋଜା ଯାଇଥିଲା।କାରଣ ଖୋଜିବା ପରେ ଜଣାପଡିଥିଲା ଯେ ଗୁଣ୍ଡିଚା ମନ୍ଦିରକୁ ଆସିବା ସମୟରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟ ଦେଖାଇବା ପରେ ମଧ୍ୟ ଜେଟିପି , ଚର୍ଚ୍ଚା କର୍ମଚାରୀ ଏବଂ ମହା ସୁଆର ସେବକଙ୍କୁ କାର୍ଯ୍ୟରତ ଓଡ଼ିଶା ପୋଲିସ ଛାଡି ନାହାଁନ୍ତି। ଏହି ଖବର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲା। ପୋଲିସ ସେମାନଙ୍କୁ ରଥକୁ ନେଇ ଛାଡିଥିଲେ ଏହା ପରେ ନୀତି ଆଗକୁ ବଢିଥିଲା |ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ଏଭଳି ତ୍ରୁଟିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।