-
ସୁସ୍ଥ ଓ ସୁଖ ଜୀବନ ଯାପନ ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବିଶ୍ବ ଯୋଗ ଦିବସ ଅବସରରେ ଭାରତ-ଜାପାନ ଫେଣଡସିପ୍ ସେଣ୍ଟର ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୨୫ଜଣ ଜାପାନୀ ପର୍ଯ୍ଯଟକ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଯୋଗ କରିବା ଦ୍ଵାରା ମଣିଷର ଶରୀର ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇପାରୁଛି ବୋଲି ଅନୁଭବ କରିଛନ୍ତି । ତତ୍ ସହିତ ଭାରତ- ଜାପାନ ସେଣ୍ଟର ତରଫରୁ ପର୍ଯ୍ଯଟକମାନଙ୍କୁ ଯୋଗ ପ୍ରଶିକ୍ଷଣ ଦିଆଯାଉଛି । ଏ ସମ୍ପର୍କରେ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଏଭଳି ଶିବିର ଆୟୋଜନ ହେବା ଦ୍ବାରା ଭାରତ ଓ ଜାପାନ ମଧ୍ଯରେ ସୁସମ୍ପର୍କ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି। ଫଳରେ ପ୍ରତିବର୍ଷ ଜାପାନ ପର୍ଯ୍ଯଟକଙ୍କ ସଂଖ୍ଯା ଭାରତର ଓଡ଼ିଶାକୁ ଆଗମନ ବୃଦ୍ଧି ପାଉଛି। ଏଥିସହ ସେଣ୍ଟର ପକ୍ଷରୁ ମଧ୍ଯ ଜାପାନରେ ଯୋଗ ଶିବିର ସହ ଓଡିଶାର କଳା,ସଂସ୍କୃତି ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋକପାତ କରାଯାଉଛି। ଏହାଦ୍ୱାରା ଭାରତର ଅର୍ଥନୀତି ସୁଦୃଢ ହେବା ସହ ପୁରୀ ପର୍ଯ୍ଯଟନ ଶିଳ୍ପରେ ଉନ୍ନତି ହୋଇପାରିବ। ଆଗାମୀ ଦିନରେ ଜାପାନରେ ଯୋଗ ଶିବିର ଆୟୋଜନ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଯୋଗ ପ୍ରଶିକ୍ଷକ ପ୍ରକାଶ କୁମାର ଗୋଛି ପରିଚାଳନା କରିଥିଲେ ।