କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା |ରଥ ଆଉଟଡୋର କର୍ଡନ୍ ନିକଟରେ ନ୍ୟୁଜ7 ଟିମ୍ ଖବର ସଂଗ୍ରହ କରୁଥିବା ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇ ବରିଷ୍ଠ ସେବାୟତ ସଦସ୍ୟ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ । ନ୍ୟୁଜ7 ବ୍ୟୁରୋ ଚିଫ୍ ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ରଶେଖର ପାତ୍ରଙ୍କୁ ନନ୍ଦିଘୋଷ ରଥ ନିକଟରେ ଏହି ଦୁଇ ବରିଷ୍ଠ ସେବାୟତ ସଦସ୍ୟ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ସଙ୍ଖିଆ ଦେଇ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।ପୀଡିତ ସାମ୍ବାଦିକ ଙ୍କ ମନ୍ତବ୍ୟ ଅନୁସାରେ କିଛି ବଙ୍ଗୀୟ ପର୍ଯ୍ୟଟକ ବିନା ପାସ୍ ରେ ସେବାୟତଙ୍କୁ ଟଙ୍କା ଦେଇ ରଥ ଆଉଟଡୋର କର୍ଡନ୍ ନିକଟରେ ହୋଇଥିବା ଅସ୍ଥାୟୀ ଟେଣ୍ଟରେ ବସିଥିବା ନେଇ ଅଭିଯୋଗ ଆସିଥିଲା। ତେବେ ଏନେଇ ନ୍ୟୁଜ7 ଟିମ୍ ସେଠାରେ ଖବର ସଂଗ୍ରହ କରୁଥିବା ସମୟରେ ପରିଚାଳନା କମିଟିର ଏହି ଦୁଇଜଣ ସେବାୟତ ସଦସ୍ୟ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ଉତକ୍ଷିପ୍ତ ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ଖବର ପ୍ରସାରଣ କଲେ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।ଏହି ଦୁଇଜଣ ବରିଷ୍ଠ ସେବାୟତ ସଦସ୍ୟ ବାରମ୍ବାର କମିଟି ସଦସ୍ୟ ରହୁଥିବାରୁ ସେମାନେ ବର୍ତ୍ତମାନ ଅହଙ୍କାରୀ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି |କମିଟି ସଦସ୍ୟ ସଦା ସର୍ବଦା ଭଦ୍ର, ନମ୍ର ଏବଂ ଧର୍ଯ୍ୟବାନ ହେବା ଉଚିତ କିନ୍ତୁ ଏଭଳି ଦାଦାଗିରି କରିବା ଏବଂ କାହା ଉପରକୁ ହଠାତ ହାତ ଉଠାଇବା ଉଚିତ ମନେ ହେଉନାହିଁ |
ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇଜଣ ବରିଷ୍ଠ ସେବାୟତ ସଦସ୍ୟ ଏଭଳି ଆକ୍ରମଣ କରିଥିବା ବେଳେ ଘଟଣାକୁ ନେଇ ପୁରୀ ସାମ୍ବାଦିକ ସଂଘ ଏହାକୁ ନିନ୍ଦା କରିବା କରିଛନ୍ତି ଏବଂ ପୀଡିତ ସାମ୍ବାଦିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ପୋଲିସ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ଓଡିଶାର ବିଭିନ୍ନ ସାମ୍ବାଦିକ ସଂଘ ଦାବି କରିଛି।
Related Stories
November 23, 2024