ଭୁବନେଶ୍ୱର, କଂଗ୍ରେସ ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ବିଦ୍ୟୁତ୍ ଅଫିସ ଘେରିବ । ଆସନ୍ତା ୨୭ରେ ସବୁ ଜିଲ୍ଲାରେ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଗସ୍ତ ଓଡ଼ିଶାରେ କାମ ଦେବନି । ସେ କହିଛନ୍ତି ଯେ କେନ୍ଦ୍ର ଅନୁଦାନ ନାହିଁ, ଦରଦାମ ବୃଦ୍ଧିକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ବିଜେପି ଓ ବିଜେଡି ମିଶିକି ଅଛନ୍ତି ଓ ସମଦୂରତା ନବୀନଙ୍କ ନାହିଁ ବୋଲି ସେ କହିଛନ୍ତି ।