ଭୁବନେଶ୍ଵର, ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୭.୨ ଡ଼ିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୬.୮ ଡ଼ିଗ୍ରୀ, ବାଲେଶ୍ଵରରେ ୩୬.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬ ଡ଼ିଗ୍ରୀ, ପୁରୀରେ ୩୫ ଡ଼ିଗ୍ରୀ, କେନ୍ଦୁଝରରେ ୩୪ ଡ଼ିଗ୍ରୀ, ହୀରାକୁଦରେ ୩୩.୪ ଡ଼ିଗ୍ରୀ, ପାରାଦୀପରେ ୩୩ ଡ଼ିଗ୍ରୀ, ଗୋପାଳପୁରରେ ତାପମାତ୍ରା ୩୨.୬ ଡ଼ିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।