
ଚମ୍ପୁଆ, ଚମ୍ପୁଆ ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ପାନପତରିଆ ଗ୍ରାମରେ ଜଣେ ଯୁବକକୁ ହତ୍ୟା କରି ତାଙ୍କ ମୃତଦେହକୁ ଫିଙ୍ଗି ଦିଆଯାଇଥିବା ଜଣାପଡିଛି। ରାତିରେ ହତ୍ୟାକାଣ୍ଡ ଘଟାଇ ଦୁର୍ବୁତ୍ତ ଫେରାର ହୋଇଯାଇଛି। ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘାଗରବେଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଝାରଖଣ୍ଡ ରାଜ୍ୟର ସୀମାନ୍ତ ଜୟନ୍ତୀଗଡ଼ ନିକଟବର୍ତ୍ତି ଗୁଟୁସାହିର କ୍ରିଷ୍ନା ସିଙ୍କୁ ବୟସ ପ୍ରାୟ ୨୫ ବର୍ଷ ବୋଲି ଜଣାପଡିଛି। ହତ୍ୟାର କାରଣ ଜଣାପଡି ନ ଥିବାବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି।